ବିଦେଶ ଚୋରା ଚାଲାଣ ହୋଇଥିବା ଭାରତର ୨୮ ଟି ପ୍ରାଚୀନ ବସ୍ତୁ ଦେଶକୁ ଫେରିଲା

ନୂଆଦିଲ୍ଲୀ : ୨୦୧୫-୧୭ ଏବଂ ବର୍ତ୍ତମାନ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ବିଦେଶରୁ ପ୍ରାପ୍ତ ହୋଇଥିବା ୨୮ଟି ପ୍ରାଚୀନ ବସ୍ତୁଗୁଡିକ ବିଭିନ୍ନ ଦେଶରୁ ଉଦ୍ଧାର କରାଯାଇଛି ବୋଲି କେନ୍ଦ୍ର ସଂସ୍କୃତି, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ଡ. ମହେଶ ଶର୍ମା ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ।

ଏଗୁଡ଼ିକ ମଧ୍ୟରେ ରହିଛି ଜାମ୍ମୁ ଓ କାଶ୍ମୀରରୁ ଜର୍ମାନ ଯାଇଥିବା ମହିଷାଶୂରମର୍ଦ୍ଦିନୀ ମୂର୍ତ୍ତି, ତାମିଲନାଡୁରୁ ସିଂଗାପୁର ଚାଲାଣ ହୋଇଥିବା ଉମାମାହେଶ୍ୱରୀ ଅନ୍ୟତମ । ସେହିପରି ଆମେରିକା ଚାଲାଣ ହୋଇଥିବା ତାମିଲନାଡୁର ମାଣିକବାଚକ, ଗଣେଷଙ୍କ ଅଷ୍ଠଧାତୁ ମୂର୍ତ୍ତି, ଚୋଳ ସାମ୍ରାଜ୍ୟ ସମୟର ଶ୍ରୀଦେବୀ ମୂର୍ତ୍ତି, ତାମିଲନାଡୁର ପାର୍ବତୀ ମୂର୍ତ୍ତି, ଆନ୍ଧ୍ରପ୍ରଦେଶର ବାହୁବଳୀ ମୂର୍ତ୍ତି ଅନ୍ୟତମ ।

ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ, ପ୍ରାଚୀନ ବସ୍ତୁ ଏବଂ କଳା କୋଷ ଅଧିନିୟମ, ୧୯୭୨ ଉଲ୍ଲଂଘନ କରି ଦେଶରୁ ବାହାରକୁ ନିଆଯାଇଥିବା ପ୍ରାଚୀନ ବସ୍ତୁକୁ ପୁନର୍ବାର ପ୍ରାପ୍ତ କରିବା ପାଇଁ ଲଗାତାର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା କରୁଛି । ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ଲଗାତାର ଅବୈଧ ଭାବେ ରପ୍ତାନୀ କରାଯାଇଥିବା ପ୍ରାଚୀନ ବସ୍ତୁଗୁଡିକୁ ପୁନଃ ପ୍ରାପ୍ତ କରିବା ପାଇଁ ବିଦେଶରେ ଭାରତୀୟ ମିଶନଗୁଡିକ ଜରିଆରେ ନିଜର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା କରୁଛି ।

ସମ୍ବନ୍ଧିତ ଖବର