ଏବେ ବିଦ୍ୟୁତ ନୁହେଁ, ଏହି ଇନ୍ଧନ ବ୍ୟବହାର କରି ଶସ୍ତାରେ ପୋଷାକ କରନ୍ତୁ ଇସ୍ତ୍ରୀ…

ଆପଣମାନେ ସାଧାରଣତଃ ଦେଖିଥିବେ ଲଣ୍ଡ୍ରିରେ କୋଇଲା ଦିଆଯାଇଥିବା ଇସ୍ତ୍ରୀରେ ପୋଷାକ ପ୍ରେସ୍‌ କରାଯାଇଥାଏ । କୋଇଲା ଦିଆ ଇସ୍ତ୍ରୀରେ ପ୍ରେସ୍‌ କରିବା ଦ୍ୱାରା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବାରମ୍ବାର କୋଇଲାକୁ ପରିବର୍ତ୍ତନ କରିବାକୁ ପଡ଼ୁଥିବାରୁ ଏହା ଦ୍ୱାରା ପୋଷାକରେ କୋଇଲା ପଡିଯିବାର ମଧ୍ୟ ଆଶଙ୍କା ରହିଥାଏ । ଏହାକୁ ନଜରରେ ରଖି ଧୀରେ ଧୀରେ ବିଦ୍ୟୁତ ଚାଳିତ ଇସ୍ତ୍ରୀର ବ୍ୟବହାର ହୋଇଥିଲା। କିନ୍ତୁ ଏଥିରେ କରେଣ୍ଟ ମାରିବାର ଆଶଙ୍କା ଥିବା ସହ ବ୍ୟବସାୟୀଙ୍କ ଲାଗି ଲାଭଜନକ ମଧ୍ୟ ହେଉ ନ ଥିଲା ।

ବର୍ତ୍ତମାନ ଏଲ୍‌ପିଜି ସିଲିଣ୍ଡର ସାହାଯ୍ୟରେ ଇସ୍ତ୍ରୀ କରିହେବ । ଏହାକୁ କରିବା ପାଇଁ ସେ ଏକ ସ୍ୱତନ୍ତ୍ର ଧରଣର ଇସ୍ତ୍ରୀ ବ୍ୟବହାର ହେଉଛି, ଯାହା ଲୁହାରେ ତିଆରି ହୋଇଛି ଓ ଏଥିରୁ ଏକ ପାଇପ ବାହାରି ସିଲିଣ୍ଡର ସହ ସଂଯୋଗ ହୋଇଛି । ଏହି ଇସ୍ତ୍ରୀ ଏପରି କାମ କରେ ଯେପରି ରୋଷେଇ ଘରେ ଆମ ଚୁଲା ଜଳେ, କିନ୍ତୁ ଏଥିରେ ନିଆଁ ବାହାରକୁ ଆସିବା ବଦଳରେ ଭିତରକୁ ଯାଇଥାଏ ,ଯାହାଫଳରେ ଇସ୍ତ୍ରୀର ବାହାର ଭାଗକୁ ଗରମ କରିଥାଏ ।

ଆପଣ ଏହି ଇସ୍ତ୍ରୀକୁ ଅନ୍‌ଲାଇନ କିଣି ପାରିବେ। ଏଥିପାଇଁ ଆପଣଙ୍କୁ ୧୦,୦୦୦ ଟଙ୍କା ଦେବାକୁ ପଡ଼ିବ । ଅନ୍ୟପଟେ ଇଣ୍ଡିଆନ୍‌ ଅଏଲ ଏହାର ତିନୋଟି ମଡେଲ ବାଜାରକୁ ଛାଡିଛି, ଯାହାର ମୂଲ୍ୟ ୨,୫୦୦ରୁ ଆରମ୍ଭ କରି ୭,୦୦୦ ଟଙ୍କା ପର୍ଯ୍ୟନ୍ତ ଅଛି । ଏହା ସଧାରଣରେ ବ୍ୟବହାର କରିବା ପାଇଁ ଅତି ସହଜ । କାରଣ ଆପଣଙ୍କୁ ଏଥିପାଇଁ ବିଜୁଳି ଖର୍ଚ୍ଚ କରିବାକୁ ପଡିବନି କି ଏହା ଦ୍ୱାରା ବାୟୁରେ ବିଷାକ୍ତ ଗ୍ୟାସ ମଧ୍ୟ ଖେଳିବ ନାହିଁ । ଏଲପିଜିରେ ଚାଲୁଥିବା ଇସ୍ତ୍ରୀର ଓଜନ ପାଖାପାଖି ୬.୫ କିଲୋ ଗ୍ରାମ ଅଟେ । ଏକ ୫ କେଜିର ଗ୍ୟାସ୍‌ ସିଲିଣ୍ଡରରେ ଏହା ୧,୧୦୦ କପଡା ଇସ୍ତ୍ରୀ କରିବାରେ ସକ୍ଷମ ଅଟେ। ସେହିପରି ଏକ ୧୯ କେଜି ସିଲିଣ୍ଡରରେ ୪,୫୦୦ କପଡା ଇସ୍ତ୍ରୀ କରିବାରେ ଏହା ସକ୍ଷମ ଅଟେ, ଯାହା ଦ୍ୱାରା ବ୍ୟବସାୟୀଙ୍କ କାର୍ଯ୍ୟ ସହଜ ହେବା ସଙ୍ଗେ ସଙ୍ଗେ ଲାଭ ମଧ୍ୟ ହୋଇଥାଏ ।

ସମ୍ବନ୍ଧିତ ଖବର