ଯଦି ସୁନ୍ଦର ତ୍ବଚା ଚାହୁଁଛନ୍ତି ତ ଏହି ସବୁ ପାନୀୟ ପିଇବା ଛାଡ଼ି ଦିଅନ୍ତୁ

ଆମେ ଜାଣିଛେ ଯେ ଆମ ଶରୀର ଓ ସ୍ବାସ୍ଥ୍ୟ ସବୁକିଛିର ନିୟନ୍ତ୍ରଣ ରହିଛି ଖାଦ୍ୟ, ପାନୀୟ ଓ ନିଦ୍ରା ହାତରେ। ଉପଯୁକ୍ତ ଖାଦ୍ୟ, ପାନୀୟ ଓ ନିଦ୍ରା ହେଉଥିଲେ ଶରୀର ସୁସ୍ଥ ରହିବା ସହ ମୁଖମଣ୍ଡଳର ଔଜଲ୍ୟତା ବି ବଜାୟ ରହେ। ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ବାରା ଆପଣଙ୍କ ମୁଖମଣ୍ଡଳ ମଳିନ ଦିଶିପାରେ।

ଅଧିକାଂଶ ଲୋକ ଚା’, କଫି ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ମାତ୍ର ମନେ ରଖନ୍ତୁ ଏହି ଗରମ ପାନୀୟ ଶରୀରରୁ ଜଳୀୟ ଅଂଶ କମ୍‌ କରିଥାଏ। ଯାହାକି ତ୍ବଚା ମଳିନ ଦିଶିବାର ଏକ ପ୍ରମୁଖ କାରଣ ହୋଇଥାଏ।

ଯଦି ଆପଣଙ୍କର ଆଲ୍‌କହଲ ଅଭ୍ୟାସ ଅଛି ତେବେ ସାବଧାନ ହୋଇଯାଆନ୍ତୁ। ଆଲକହଲ୍‌ କେବଳ ଶରୀର ପାଇଁ ନୁହେଁ, ଆପଣଙ୍କ ତ୍ବଚା ପାଇଁ ବି କ୍ଷତିକାରକ ହୋଇଥାଏ। ଆଲ୍‌କହଲ ପିଇବା ଦ୍ବାରା ତ୍ବଚାର ଔଜଲ୍ୟ ହ୍ରାସ ପାଏ।

ଆପଣ ଜାଣନ୍ତି ଯେ ଜୁସ୍‌ ପଇବା ଶରୀର ପାଇଁ ଭଲ। ମାତ୍ର ଆପଣ ନିଶ୍ଚିତ ହୁଅନ୍ତୁ ଯେ କେଉଁ ଜୁସ୍‌ ପିଉଛନ୍ତି। ବଜାରରେ ମିଳୁଥିବା ପ୍ୟାକେଟ୍‌ ଜୁସ୍‌ ତ୍ବଚା ପାଇଁ ଆଦୌ ଭଲ ନୁହେଁ। ସେଥିରେ ଅତିରିକ୍ତ ପରିମାଣର ଶର୍କରା ଭାଗ ରହୁଥିବାରୁ ତ୍ବଚା ରୁକ୍ଷ ଦିଶିବାର ତାହା ଏକ ପ୍ରମୁଖ କାରଣ ହୋଇଥାଏ।

ଏସବୁ ପରି ଥଣ୍ଡା ପାନୀୟ ବି ତ୍ବଚା ପାଇଁ ଆଦୌ ଭଲ ହୋଇନଥାଏ। ଏଥିରେ ଥିବା ସୋଡ଼ା ଅଂଶ ତ୍ବଚାକୁ ରୁକ୍ଷ କରି ଦେଇଥାଏ।

ସମ୍ବନ୍ଧିତ ଖବର