ଏହି ୪ଟି ଜିନିଷ ଖାଇ ମ୍ୟାଲେରିଆ ରୋଗକୁ ଦୂର କରନ୍ତୁ

ଏବେ ବି ଲୋକମାନଙ୍କ ମଧ୍ୟରେ ମ୍ୟାଲେରିଆକୁ ନେଇ ମନରେ ଡ଼ର ରହିଛି । ଏବେ ମଧ୍ୟ ପ୍ରତି ବର୍ଷ ୧୮ଲକ୍ଷ ଲୋକ ଏହି ରୋଗର ଶିକାର ହେଉଛନ୍ତି । ଏହି ରୋଗ ଆନୋଫିଲ୍‌ସ ନାମକ ମଶା କାମୁଡ଼ିବା ଦ୍ୱାରା ହେଉଥିବା ବେଳେ ସୂର୍ଯ୍ୟାସ୍ତ ପରେ ଏହି ମଶା ଅଧିକ କାମୁଡ଼ିଥାଏ । ଅନେକ ସମୟରେ ଏହି ରୋଗର ଲକ୍ଷଣ ଜଣା ପଡ଼ି ପାରୁ ନଥିବା ବେଳେ ପରେ ଏହା ଗମ୍ଭୀର ରୂପ ନେଇଥାଏ । ତେବେ ଏହି ରୋଗ ଶିକାର ହେବା ପରେ ଘରେ ଥିବା ଅନେକ ଜିନିଷକୁ ଖାଇ ଆପଣ ଏହି ରୋଗକୁ ଭଲ କରି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…..

୧. ଦିନକୁ ୨-୩ଥର ୩-୪ଟି ଗୋଲମରିଚକୁ ପେସି ପିଆଜ ରସରେ ମିଶାଇ ଖାଆନ୍ତୁ । ଯାହାଦ୍ୱାରା ମ୍ୟାଲେରିଆ ରୋଗ ଦୂର ହେବ ।

୨. ୧୦ଗ୍ରାମ୍‌ କିସ୍‌ମିସ୍‌ ଏବଂ ଅଦାକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ଏହା ପରେ ପାଣିକୁ ଥଣ୍ଡା କରି ପିଅନ୍ତୁ । ଏହା ଦ୍ୱାରା ମ୍ୟାଲେରିଆ କଷ୍ଟରୁ ଆରାମ ମିଳିବ ।

nari.punjabkesari.in

୩. ଭଣ୍ଡା ପତ୍ରର ଜୁସ୍‌ ତିଆରି କରି ଦିନକୁ ୨-୩ଥର ପିଅନ୍ତୁ । ଏହା ମ୍ୟାଲେରିଆ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଦେଇଥାଏ ।

୪. ଗୋଟେ ଚାମଚ ଡାଲ୍‌ଚିନି, ମହୁ ଏବଂ ଅଧା ଚାମଚ ଗୋଲମରିଚ ପାଣିରେ ମିଶାଇ ଫୁଟାଇ ଦିଅନ୍ତୁ । ଏହା ପରେ ଥଣ୍ଡା କରି ମିଶ୍ରଣକୁ ପିଅନ୍ତୁ । ଯାହାଦ୍ୱାରା ମ୍ୟାଲେରିଆ ରୋଗ ଦୂର ହେବ ।

ସମ୍ବନ୍ଧିତ ଖବର