ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଭଲ ସୁଯୋଗ ପାଇବେ। ପାରିବାରିକ ଜୀବନରେ ଶାନ୍ତି ବଜାୟ ରହିବ। ବ୍ୟବସାୟ ସମ୍ବନ୍ଧୀୟ ଲୋକଙ୍କ ସହ ଯୋଡ଼ିହେବାର ସୁଯୋଗ ପାଇବେ।

ବୃଷ: ଜୀବିକା କ୍ଷେତ୍ରରେ ପରିସ୍ଥିତି ଭଲ ରହିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମିଥୁନ: ଆର୍ଥିକ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ଅଧିକାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ମାତାପିତାଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ।

କର୍କଟ: ଆପଣ ଭାବିଥିବା ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ।

ସିଂହ: ଆପଣଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରଭାବିତ ହେବେ। ଶିକ୍ଷାର୍ଥୀ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ।

କନ୍ୟା: ପରିବାର ‌ଲୋକଙ୍କ ଆବଶ୍ୟକତା ପୂରା କରିବା ପାଇଁ ଚେଷ୍ଟା କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ସଫଳତା ଖୁସି ଦେବ।

ତୁଳା: ବିଲଡର୍‌ମାନେ ଭାବିଚିନ୍ତି ପୁଞ୍ଜି ନିବେଶ କରନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନଶୈଳୀରେ ପରିବର୍ତ୍ତନ କରିବା ଦରକାର। ପ୍ରେମ ସଂପର୍କରେ ମଧୁରତା ଆସିବ।

ବିଛା: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଭାଗ୍ୟର ସହଯୋଗ ଯୋଗୁଁ ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଲେଖାପଢ଼ା ପ୍ରତି ଆପଣଙ୍କର ରୁଚି ବଢ଼ିବ।

ଧନୁ: ଆପଣଙ୍କର ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ସହକର୍ମୀ ଆପଣଙ୍କୁ ପ୍ରଶଂସା କରିବେ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ସପକ୍ଷରେ ଆସିପାରେ।

ମକର: ଆପଣ ଆତ୍ମବିଶ୍ବାସରେ ପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଲାଗି ଖୁବ୍ ଭଲ ସୁଯୋଗ ପାଇବେ। ପରିବାର ଲୋକଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

କୁମ୍ଭ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ। ନିଜର ଧ୍ୟାନ ଲକ୍ଷ୍ୟ ଆଡ଼କୁ ସଜାଇ ରଖିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।

ମୀନ: ବିଶେଷ କାମ ପାଇଁ ମନକୁ ନୂଆ ଉପାୟ ଆସିବ। ଜମି କିଣିବା ଲାଗି ଭଲ ପ୍ରସ୍ତାବ ମିଳିବ। ଅସନ୍ତୁଷ୍ଟ ବନ୍ଧୁଙ୍କୁ ମନାଇବା ପାଇଁ ଦିନଟି ଭଲ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ସମ୍ବନ୍ଧିତ ଖବର