ଜୁଆ ଆଡ଼ାରୁ ୧୫ ଗିରଫ, ସାଢ଼େ ୪ ଲକ୍ଷ ଜବତ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେସାଲ୍‌ ସ୍କ୍ବାଡ୍‌ ମିଳିତ ଭାବେ ଏକ ଜୁଆ ଆଡ଼ାରେ ଚଢ଼ଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ ଲକ୍ଷ ୪୦ ହଜାର ଟଙ୍କା, ୧୯ ମୋବାଇଲ୍‌ ଫୋନ୍, ୫ଟି ବାଇକ୍‌, ଗୋଟିଏ କାର୍‌ ଓ ତାସ୍‌ ଜବତ କରାଯାଇଛି। ଅଟକ ୧୫ ଜୁଆଡ଼ିଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାନୁସାରେ, ପାଣ୍ଡରା ନିକଟ ତୋଟା ଭିତରେ ଥିବା ଏକ ନିଛାଟିଆ ଘରେ ଏହି ଜୁଆ ଆଡ଼ା ଚାଲିଥିଲା। କଟକ, ଭୁବନେଶ୍ବର, ପୁରୀ ଓ ବ୍ରହ୍ମପୁର ଆଦି ଅଞ୍ଚଳର ବହୁ ଯୁବକ ଏଠାକୁ ନିୟମିତ ଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଆଜି କମିସନରେଟ୍‌ ପୁଲିସର ୨ଟି ଟିମ୍ ସେଠାରେ ଚଢ଼ଉ କରିଥିଲା। ତେବେ ୧୫ ଜୁଆଡ଼ି ଧରା ପଡ଼ିଯାଇଥିବା ବେଳେ ଆଉ କିଛି ଅନ୍ଧାରର ସୁଯୋଗରେ ଦୌଡ଼ି ପଳାଇଥିଲେ।

 

ସମ୍ବନ୍ଧିତ ଖବର