ଭୁବନେଶ୍ୱରବାସୀ ଜଳବନ୍ଦୀ: ହେଲ୍ପଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଗତକାଲି ଠାରୁ ଜାରି ଥିବା ଲଗାଣ ବର୍ଷରେ ରାଜଧାନୀର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ। ରାଜଧାନୀ ଭୁବନେଶ୍ୱରର ଅନେକ ନୂଆଗଢ଼ିୁ ଉଠିଥିିବା ନଗର, ପୁରୁଣା ଅଞ୍ଚଳରୁ ବର୍ଷାଜଳ ନିିଷ୍କାସନ ହୋଇ ପାରୁ ନାହିଁଁ। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ଏପରି ଅବସ୍ଥାରେ ଜଳବନ୍ଦୀ ଲୋକଙ୍କୁ ସେଠାରୁ ଉଦ୍ଧାର କରିବା ସହିତ ବର୍ଷାଜଳ ନିଷ୍କାସନ ପାଇଁ ଭୁବନେଶ୍ୱର ମହାନଗର ନିଗମ ଜାରି କରିଛି ହେଲ୍ପଲାଇନ୍‌। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୧୫୫ଟି ପାଣିପମ୍ପ ବର୍ଷାଜଳ ନିଷ୍କାସନରେ ନିୟୋଜନ କରାଯାଇଛିି।

ତଥାପି ଯଦି କେଉଁଠି ଲୋକେ ଜଳବନ୍ଦୀ ଅଛନ୍ତି ତେବେ ୦୬୭୪-୨୩୪୨୨୮୧ ହେଲ୍ପ ଲାଇନ୍‌ ନମ୍ବରରେ ଯୋଗାଯୋଗ କରିବାକୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର