ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ

ଭୁବନେଶ୍ୱର: ରାଜୀବ ଗାନ୍ଧି ଛାତ୍ର ଫୋରମ ପକ୍ଷରୁ ରାଜୀବ ଗାନ୍ଧିଙ୍କ ୩୨ତମ ବଳିଦାନ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ‘ରାଜୀବ ଗାନ୍ଧି ପ୍ରତିଭା ପୁରସ୍କାର-୨୦୨୩’ ଅନୁଷ୍ଠିତ ହେବ। ଏଥିପାଇଁ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜ୍ୟସ୍ତରୀୟ, ଜାତୀୟସ୍ତରୀୟ କିମ୍ୱା ଅନ୍ତର୍ଜାତୀୟସ୍ତରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ଚିତ୍ରାଙ୍କନ, ସାହିତ୍ୟ, ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ସଂଗୀତ, ଅଭିନୟ, ଖେଳ ଆଦିରେ ପୁରସ୍କାର ପାଇଁ ମନୋନୀତ କରାଯିବ।

ଇଚ୍ଛୁକ ଛାତ୍ରଛାତ୍ରୀମାନେ ସେମାନଙ୍କ ସମ୍ପୂର୍ଣ୍ଣ ଦରଖାସ୍ତ ଫୋରମ୍‌ର କାର୍ଯ୍ୟାଳୟ ୫ଆରଏଫ/୧, ମହାତ୍ମା ଗାନ୍ଧୀ ରୋଡ, ୟୁନିଟ୍‌-୩ ଭୁବନେଶ୍ୱର ପହଞ୍ଚାଇବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଦରଖାସ୍ତ ଗ୍ରହଣ କରିବାର ଶେଷ ତାରିଖ ଆସନ୍ତା ମେ’ ୫ ତାରିଖ ରହିଛି। ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ମେ’ ମାସ ୨୧ ତାରିଖରେ ରାଜୀବ ଗାନ୍ଧିଙ୍କ ବଳିଦାସ ଦିବସ ଅବସରରେ ‘ରାଜୀବ ଗାନ୍ଧି ପ୍ରତିଭା ପୁରସ୍କାର-୨୦୨୩’ ସମ୍ମାନରେ ସମ୍ମାନିତ କରାଯିବ। ଏହି ବିଷୟରେ ଅଧିକ ସୂଚନା ପାଇଁ ଫୋରମର ସଭାପତି ସତ୍ୟବ୍ରତ ନାୟକଙ୍କୁ ୭୯୭୮୮୦୧୦୫୧ ଓ ୯୪୩୭୩୦୦୯୮୭ରେ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର