ଚକେଇସିହାଣୀ ଗ୍ରାମ୍ୟ କମିଟି ପକ୍ଷରୁ ପୃଥ୍ବୀବଲ୍ଲଭଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଚକେଇସିହାଣୀ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଗତ ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବା ୭ ଦିନିଆ ବାଦିପାଲା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୭ ଦିନ ଧରି ବିଭିନ୍ନ ସ୍ଥାନରୁ ପାଲା କଳାକାରମାନେ ପାଲା ପରିବେଷଣ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଗାଁର ସଭାପତି ସନ୍ତୋଷ ମହାନ୍ତି, ସମ୍ପାଦକ କେଦାରନାଥ ଦାସ, ସଂଜୟ ଦାସ, ଦାଶରଥୀ ରାଉତ, ପୂର୍ବତନ କର୍ପୋରେଟର୍‌ ନିର୍ମଳ ରାଉତଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର