ନୂଆପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନର ନୂତନ କର୍ମକର୍ତ୍ତା

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂଆପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନର ନୂତନ କାର୍ଯ୍ୟକାରିଣୀ କମିଟି ଦାୟିତ୍ୱ ଗ୍ରହଣ କରିଛି। ନିର୍ବାଚନ ଅଧିକାରୀ ଶଶିଭୂଷଣ ମିଶ୍ର ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ନାମ ଘୋଷଣା ପରେ କାର୍ଯ୍ୟଭାର ଅଦଳବଦଳ ହୋଇଛି। ଅବସରପ୍ରାପ୍ତ ପ୍ରଶାସକ ଡ. ଅରୁଣ କୁମାର ରଥ ସଭାପତି ହୋଇଥିବା ବେଳେ ପ୍ରଦୀପ ସ୍ବାଇଁ ଉପସଭାପତି, ଦେବାଶିଷ ପଟ୍ଟନାୟକ ସଚିବ, ଲଳିତେନ୍ଦୁ ମହାନ୍ତି ସହ ସଚିବ, ଅଶୋକ କୁମାର ମହାନ୍ତି କୋଷାଧ୍ୟକ୍ଷ, ସୁବ୍ରତ କୁମାର ସିଂହଦେଓ ସହ-କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

କାର୍ଯ୍ୟକାରୀ ସଦସ୍ୟ ଭାବେ ପୂର୍ବତନ ସଭାପତି ଶରତ ଚନ୍ଦ୍ର ଭଦ୍ର, ସଞ୍ଜୀବ କୁମାର ପତି, ଜଗନ୍ନାଥ ପ୍ରସାଦ ଜଗଦେବ, ବାଣୀବ୍ରତ ତ୍ରିପାଠୀ, ଇଂ ବିରଞ୍ଚି ଦାସ, ଦୁର୍ଗାଚରଣ ଶତପଥୀ, ଅନୁପମ ମହାନ୍ତି, ବିଶ୍ୱ କଲ୍ୟାଣ ମହାନ୍ତି, ଗାନ୍ଧୀ ଚୌଧୁରୀ, ଇଂ ଦାମୋଦର ମହାପାତ୍ର, ସୁଧାଂଶୁ ପରିଜା, ଅଶୋକ ମିଶ୍ର, ପ୍ରମିଳା ନାୟକ, ପ୍ରଣବ ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସ୍ଥାନୀୟ କର୍ପୋରେଟର ମାନସୀ ସୁନ୍ଦରାୟ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମିଳିତ ଉଦ୍ୟମରେ ଆଇଆର୍‌ସି ଭିଲେଜ୍‌ର ଉନ୍ନତି ହେବ ବୋଲି କାମନା କରିଥିଲେ। ପୂର୍ବତନ ସଭାପତି ଶରତ ଚନ୍ଦ୍ର ଭଦ୍ରଙ୍କ ସଭାପତିତ୍ବରେ ବୈଠକ ବସିଥିଲା।

ସମ୍ବନ୍ଧିତ ଖବର