କନେଷ୍ଟବଳ ସଂଘର ନିର୍ବାଚନ: ମହମ୍ମଦ ଖୁଦୁସ୍ ସଭାପତି, ଚକ୍ରଧର ସମ୍ପାଦକ

ଭୁବନେଶ୍ବର: ଭୁବନେଶ୍ବର କମିସନରେଟ୍‌ ପୁଲିସ୍‌ କନେଷ୍ଟବଳ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହମ୍ମଦ ଖୁଦୁସ୍ ସଭାପତି ଓ ଚକ୍ରଧର ଦାସ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଖୁଦୁସ୍‌ ମୋଟ ୮୪୨ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଚକ୍ରଧର ଦାସ ମୋଟ ୯୨୨ ଖଣ୍ଡ ଭୋଟ୍‌ ପାଇଥିଲେ।

ସେହିପରି ପ୍ରତାପ କୁମାର ଛୋଟରାୟ ଉପସଭାପତି, ଦେବାଶିଷ ପାତ୍ର ସହସମ୍ପାଦକ, ଦିଲ୍ଲୀପ କୁମାର ଭୋଇ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଦସ୍ୟ ଭାବେ ଅଭିମନ୍ୟୁ ଦାସ, ‌ଦେବବ୍ରତ ଜେନା, ଶ୍ରୀଧର କିଷାନ, ସୁଚିତ୍ରା ବେଉରା ଏବଂ ଜିତେନ୍ଦ୍ର ବେହେରା ନିର୍ବାଚିତ ହୋଇଛନ୍ତି। ସୂଚନାନୁସାରେ, ଗତକାଲି ରାଜଧାନୀର ବିଭିନ୍ନ ଥାନାରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ଗଣତି ହୋଇଥିଲା।

ସମ୍ବନ୍ଧିତ ଖବର