କେନାଲରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର        

ବାଲିଅନ୍ତା ବଜାର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗୋପ କେନାଲରୁ ଜଣେ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର ହୋଇଛି।  ଶବଟି ପାଣିରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକ ଆଜି ସକାଳୁ ଦେଖିଥିଲେ। ଏନେଇ ସ୍ଥାନୀୟ ଥାନାକୁ ସୂଚନା ଦେବା ପରେ ବାଲିଅନ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି।

ଆମ୍ବୁଲାନ୍ସ ଯୋଗେ ପୁଲିସ କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ତାଙ୍କ ବୟସ ପାଖାପାଖି ୬୫ ହେବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର