ଆପୋଲୋ ହସ୍ପିଟାଲ୍‌ରେ ଅଗ୍ନିଶମ ପକ୍ଷରୁ ମକ୍‌-ଡ୍ରିଲ୍‌

ଭୁବନେଶ୍ୱର: ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଆପୋଲୋ ହସ୍ପିଟାଲ ପରିସରରେ ଏକ ମକ୍‌-ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲରେ ନିଆଁ ଲାଗିଲେ କିପରି ନିୟନ୍ତ୍ରଣ କରାଯାଇପାରିବ, ସେ ସଂପର୍କରେ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲ୍‌ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ର ସିଇଓ ଓ ଡିଏମ୍‌ସ ଡାକ୍ତର ଆଲୋକ ଶ୍ରୀବାସ୍ତବ ଯୋଗଦେଇ ହସ୍ପିଟାଲ୍‌ରେ ଅଗ୍ନି ନିରାପତ୍ତା ଉପକରଣ ଯଥା ଆଲାରାମ୍‌, ଫାୟାର୍‌ ପମ୍ପ, ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଉପଲବ୍‌ଧ ରହିଛି ବୋଲି କହିଥିଲେ। ଚନ୍ଦ୍ରଶେଖରପୁର ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ବି.ସି ଲେଙ୍କା ଉପସ୍ଥିତ ରହି ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ କର୍ମଚାରୀଙ୍କ ସହଯୋଗକୁ ନେଇ ସନ୍ତୋଷବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସୁରକ୍ଷା କର୍ମୀ, ନର୍ସ ଓ ଅନ୍ୟ ପାରା‌ମେଡିକାଲ କର୍ମଚାରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର