ପଶ୍ଚିମବଙ୍ଗରେ ହିଂସା ତେଜିଲା: ପୁଲିସ ଷ୍ଟେସନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଜନତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କାଲିଆଗଞ୍ଜରେ ଜଣେ ଆଦିବାସୀ ନାବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ହିଂସା ତେଜିଛି। ଆଦିବାସୀ ଏବଂ କମତପୁରୀ ସଂଗଠନ ପକ୍ଷରୁ ଆଜି କାଲିଆଗଞ୍ଜ ଥାନା ଘେରାଉ କରାଯାଇଥିଲା। ଆଜି ଉତ୍ତ୍ୟକ୍ତ ଜନତା ପୁଲିସ ଥାନା ଏବଂ ଏହା ନିକଟରେ ଥିବା ପୁଲିସ କ୍ବାର୍ଟରରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଅନେକ ପୁଲିସ ଗାଡ଼ି ଜଳି ଯାଇଛି ଏବଂ ଆକ୍ରମଣରେ ଅନେକ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ପଥର ମାଡ଼ କରିବାରୁ ପୁଲିସ ‌ସେମାନଙ୍କୁ ଲାଠିମାଡ଼ କରିଛି। ଉଲ୍ଲେଖଯୋଗ୍ୟ, କାଲିଆଗଞ୍ଜରେ ଜଣେ ନାବାଳିକାର ମୃତଦେହ ମିଳିବା ପରଠାରୁ ୩ ଦିନ ଧରି ହିଂସା ଜାରି ରହିଛି।

ସମ୍ବନ୍ଧିତ ଖବର