ଆପାର୍ଟମେଣ୍ଟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ, କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ନେଲେ ପ୍ରଶିକ୍ଷଣ

ଭୁବନେଶ୍ଵର ନନ୍ଦନକାନନ ରୋଡରେ ଥିବା ଜେଡ୍‌୧ ଆପାର୍ଟମେଣ୍ଟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କରାଯାଇଛି। ଯଦି ବଡ଼ ଆପାର୍ଟମେଣ୍ଟରରେ ଅଗ୍ନିକାଣ୍ଡ ହୁଏ ତେବେ ଲାଗିଥିବା ନିଆଁକୁ କିପରି ଲିଭା ହୋଇପାରିବ ସେ ନେଇ ମକ ଡ୍ରିଲ କରାଯାଇଛି।

ନିଆଁ ଲାଗିବା ପରେ ସେଠାକାର କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା କିପରି ନିଆଁକୁ ଆୟତ୍ତ କରିବେ ତାହା ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ନିଆଁ ଲାଗିଥିବା ବେଳେ ସବୁ ଫ୍ଲୋର ଓ ସବୁ କରିଡରରେ ଥିବା ଅଗ୍ନି ନିର୍ବାପକ ଅତ୍ୟାଧୁନିକ ମେସିନକୁ କର୍ମଚାରୀମାନେ କିପରି ବ୍ୟବହାର କରିବେ ସେ ନେଇ ସମସ୍ତଙ୍କୁ ଏକ ତାଲିମ ଦିଆଯାଇଛି। ଆହତ ବ୍ୟକ୍ତିମାନଙ୍କୁ ବହୁ ଉଚ୍ଚ ଆପର୍ଟମେଣ୍ଟରୁ କିପରି ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ବାରା ନିକଟସ୍ଥ ମେଡିକାଲକୁ ସୁରକ୍ଷିତ ନିଆଯିବ ସବୁ କୌଶଳ ଦେଖାଇଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ।

 

ଭୁବନେଶ୍ଵର ଡେପୁଟି ଫାୟାର ଅଫିସର ଅବନି କୁମାର ସ୍ବାଇଁଙ୍କ ନେତୃତ୍ବରେ ଦୁଇଟ ଫାୟାର ଟିମ୍ ସାମିଲ ହୋଇଥିଲେ । କଳ୍ପନା ଓ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରର ଅଗ୍ନିଶମ ବିଭାଗ କର୍ମଚାରୀ ବିଭିନ୍ନ କୌଶଳ ପ୍ରଦର୍ଶନ କରିଛନ୍ତି। ଏଥିରେ ଅଗ୍ନି ବିଭାଗର ଟେକ୍ନିକାଲ ଟିମ୍, ଦୁଇଟି ବଡ ଓ୍ବାଟର ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମୁତୟନ ହୋଇଥିଲେ। ଏହି କୌଶଳ ଯାଣିଥିବା ବ୍ୟକ୍ତି ନିଜ ଧନ ଜୀବନ ସୁରକ୍ଷିତ ରଖିବା ସହ ପଡୋଶୀମାନଙ୍କୁ ମଧ ସୁରକ୍ଷା ଦେଇପାରିବେ ବୋଲି କହିଛନ୍ତି ଡେପୁଟି ଫାୟାର ଅଫିସର।

ସମ୍ବନ୍ଧିତ ଖବର