ଜୁନିୟର୍‌ ମିସ୍‌ ଇଣ୍ଡିଆ ଅଡିସନ୍‌କୁ ବିରୋଧ

ବନ୍ଦ କଲା ପୁଲିସ୍‌

ଭୁବନେଶ୍ବର: ଜୁନିୟର୍‌ ମିସ୍‌ ଇଣ୍ଡିଆ-୨୦୨୨ ଅଡିସନ୍‌କୁ ରାଜଧାନୀରେ ବିରୋଧ କରାଯାଇଛି। ସତ୍ୟନଗରସ୍ଥିତ ହୋମ୍‌-ଟାଉନ୍‌ ପରିସରରେ ଆଜି ଏହି ଅଡିସନ୍‌ ଚାଲିଥିବା ବେଳେ ଭାରତୀୟ ସ୍ତ୍ରୀ ଶକ୍ତିର ଓଡ଼ିଶା ଶାଖା ‘ସୁର୍‌’ ଓ ସମ୍ବର୍ଦ୍ଧନା ସଭାର ୫୦ରୁ ଅଧିକ ମହିଳା ଏହି ପ୍ରତିଯୋଗିତା ବନ୍ଦ କରାଇଥିଲେ। ସେମାନେ ହୋ-ହଲ୍ଲା କରିବା ସହ ହାତରେ ପ୍ଲା’ କାର୍ଡ ଧରି ପ୍ରତିବାଦ କରିବାରୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଖରବେଳନଗର ଥାନା ପୁଲିସ ସେଠାରେ ପହଞ୍ଚିଥିଲା।

ଏହି ଅଡିସନ୍‌ ନେଇ ପୂର୍ବରୁ ଅନୁମତି ନିଆଯାଇନଥିବାରୁ ପୁଲିସ୍‌ ତାହାକୁ ବନ୍ଦ କରାଇ ଦେଇଥିଲା। ସୁର୍‌ର କୋଷାଧ୍ୟକ୍ଷ କ୍ରିଷ୍ଣା ଅଗ୍ରୱାଲ କହିଛନ୍ତି ଯେ ଏ ପ୍ରକାର ଅଡିସନ୍‌ ସମାଜ ଓ ଶିଶୁମାନଙ୍କ ଉପରେ କୁ-ପ୍ରଭାବ ପକାଉଛି। ୪-୧୪ ବର୍ଷର ଚପଳମତି ଶିଶୁ ଛୋଟ ଛୋଟ ପୋଷାକ ପରିଧାନ କରିବା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ସଂଗଠନ ପକ୍ଷରୁ ଏହି ପ୍ରତିଯୋଗିତାକୁ ବିରୋଧ କରାଯାଇଥିଲା ତେବେ ଅଡିସନ୍‌ର ଆୟୋଜକ ମାଇଁ ସିଟି ଇଭେଣ୍ଟର କନିଷ୍କା ଆରୋରା କହିଛନ୍ତି, ଆମେ ଏହି ପ୍ରତିଯୋଗିତା କରିବାକୁ ପ୍ରଥମେ ସ୍ଥାନୀୟ ପୁଲିସ ଥାନାକୁ ଜଣାଇଥିଲୁ। ମାତ୍ର ଡିସିପି ଅଫିସ୍‌ରୁ ଅନୁମତି ଆଣି ନଥିବାରୁ ଏପରି ସମସ୍ୟା ହୋଇଛି।

ସମ୍ବନ୍ଧିତ ଖବର