ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ପାଇଁ ଏର୍ଣ୍ଣାକୁଲମ୍‌ ଗଲା ପୁଲିସ

ଧଉଳି : ଧଉଳି ଥାନା ଅଞ୍ଚଳରୁ ଗତ ୧୫ଦିନ ତଳେ ନିଖୋଜ ହୋଇଥିବା ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିବା ପାଇଁ ଆଜି ପୁଲିସର ଏକ ତିନିଜଣିଆ ଟିମ ଆଜି ଆନ୍ଧ୍ରପ୍ରଦେଶର ଏର୍ଣ୍ଣାକୁଲମ୍‌ ଯାଇଛି। ଏଏସ୍ଆଇ ଅଗାଧୁ ଚରଣ ରାଉତଙ୍କ ତତ୍ତ୍ବାବଧାନରେ କନ୍‌ଷ୍ଟେବଲ୍‌ ଗଦାଧର ମହାପାତ୍ର ଓ ସୋନି ସାଲବାମି ଯାଇଛନ୍ତି। ମୋବାଇଲ ଫୋନକୁ ଟ୍ରାକିଂ କରି ପୁଲିସ ସେଠାକୁ ଗସ୍ତ କରିଛି। ସଂପୃକ୍ତ ନାବାଳିକାଙ୍କୁ ଏଠାରେ ରାଜମିସ୍ତ୍ରି କାମ କରୁଥିବା ଜଣେ ଯୁବକ ଜାନୁଆରି ମାସ ୨୦ ତାରିଖରେ ବିବାହର ପ୍ରତିଶ୍ରୁତି ଦେଇ ଅପହରଣ କରି ନେଇଥିବା ତାଙ୍କ ବାପା ଥାନାରେ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର