ପୁଲିସ ମାନୁନି କୋର୍ଟଙ୍କ ନିର୍ଦେଶ : ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ପୁଲିସ ଆଗରେ ମାରିବାକୁ ଧମକ ଦିଆଯାଉଛି। ପୁଲିସ କୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ନକରି ଗୁଣ୍ଡାମାନଙ୍କ ପାଇଁ ଓକିଲାତି କରୁଛି ବୋଲି ଅଭିଯୋଗ କରାଯାଇଛି। ଏନେଇ ଆଜି ଡିସିପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବା ସହ ନୂଆ ଡିସିପିଙ୍କ ପାଖରେ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ୍‌ ଛକ ନିକଟରେ ଥିବା ଏକ ଜମିର ମାଲିକାନା କ୍ଷମତାପ୍ରାପ୍ତ ସତ୍ତ୍ଵ ରହିଛି ସ୍ଥାନୀୟ ବଣିଆ ସାହି ନବୀନ କୁମାର ସାହୁଙ୍କ ନାମରେ। ଶ୍ରୀ ନବୀନଙ୍କ କହିବା ଅନୁଯାୟୀ ସେ ଏହି ଜମିର ରକ୍ଷଣାବେକ୍ଷଣ କରୁଛନ୍ତି। ତେବେ ୫ଦିନ ହେଲା ସ୍ଥାନୀୟ କେତେକ ଗୁଣ୍ଡା ଶ୍ରେଣୀର ଯୁବକ ପାଚେରି କରିବା ସହ ଘର କରୁଥିବାରୁ ସେଠାରେ କୋର୍ଟଙ୍କ ନିର୍ଦେଶରେ ୧୪୪ ଧାରା ଜାରା କରାଯାଇଛି। ତେବେ ପୁଲିସ ଏହାକୁ କାର୍ଯ୍ୟକାରୀ କରିବା ବଦଳରେ ଗୁଣ୍ଡାମାନଙ୍କ ପାଇଁ ଓକିଲାତି କରୁଛି। ଆଜି ଅପରାହ୍ନ ୧୨ଟାରେ ୩ଜଣ ଯୁବକ ନବୀନଙ୍କୁ ଗାଳିମନ୍ଦ କରିବା ସହ ମାରି ଦେବାକୁ ଧମକ ଦେଇଛନ୍ତି। ପୁଲିସ ଉପସ୍ଥିତିରେ ଏପରି ଘଟିଥିଲେ ମଧ୍ୟ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେନେଇ ଗୁଣ୍ଡାମାନଙ୍କ ପକ୍ଷ ନେଇଛନ୍ତି ବୋଲି ନବୀନ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ସେ ଡିସିପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଡିସିପି ଅନୁପ କୁମାର ସାହୁ କୁହନ୍ତି ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର