ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପୂଜା ଛୁଟି ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ କର୍ମଚାରୀମାନେ ପୂଜାଛୁଟିରେ ଯାଇପାରିବେ ନାହିଁ। ବିଏମ୍‌ସି ପକ୍ଷରୁ ଶୁକ୍ରବାର ଏଭଳି ଘୋଷଣା କରାଯାଇଛି। ବିଏମ୍‌ସି କର୍ମଚାରୀମାନେ ଅକ୍ଟୋବର ୨୪ ପର୍ଯ୍ୟନ୍ତ ସାଧାରଣ କାର୍ଯ୍ୟ ଦିବସ ଭଳି ଅଫିସ୍‌ରେ ଉପସ୍ଥିତ ରହି କାମ କରିବେ।

ସୂଚନାଯୋଗ୍ୟ ଆଜି ରାଜ୍ୟ ସରକାର ଦୁର୍ଗାପୂଜା ପାଇଁ କିଛି ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରି ଦେଇଛନ୍ତି। ବାତ୍ୟା ପରେ ବନ୍ୟା ସ୍ଥିତି ନେଇ ସରକାର ଶୁକ୍ରବାର ଛୁଟି ବାତିଲ କରିଥିବା ଘୋଷଣା କରିଛନ୍ତି। ସରକାର ରିଲିଫ ବ୍ୟବସ୍ଥା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି ବାତିଲ ହୋଇଛି। ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ଛୁଟି ରହିବ।

ପୂଜା ଛୁଟି ସମୟରେ ଅଫିସ୍‌ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କୁ ଛୁଟି ଅନୁମତି ମିଳିଥିଲା ସେମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ବାତ୍ୟା ଓ ପରବର୍ତ୍ତୀ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଜ୍ୟର ଦକ୍ଷିଣ ଓ କେନ୍ଦ୍ରାଞ୍ଚଳ ଜିଲ୍ଲାର ଜିଲ୍ଲାପାଳଙ୍କ ଛୁଟି ବାତିଲ ହୋଇଛି।

ସମ୍ବନ୍ଧିତ ଖବର