୨୦୨୧ରେ ୧୯୭୧ ମସିହା କ୍ୟାଲେଣ୍ଡର, ସୋସିଆଲ ମିଡିଆରେ ଭାଇରାଲ

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ଏବେ ୨୦୨୧ ଓ ୧୯୭୧ ମସିହାର କ୍ୟାଲେଣ୍ଡର୍‌କୁ ନେଇ ଚର୍ଚା। ୧୯୭୧ ମସିହାରେ ଯେଉଁ ବାର ନବବର୍ଷ ଓ ଅନ୍ୟ ଦିନଗୁଡ଼ିକ ରହିଥିଲା, ତାହାର ସାମଞ୍ଜସ୍ୟ ୨୦୨୧ ମସିହାରେ ଦେଖିବାକୁ ମିଳିଛି। ଏହି ଦୁଇ ବର୍ଷର କ୍ୟାଲେଣ୍ଡର୍‌ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଚଳିତ ବର୍ଷର ପ୍ରଥମ ଦିନ ଶୁକ୍ରବାର ଥିଲା। ୫୦ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୭୧ ମସିହାରେ ମଧ୍ୟ ନବବର୍ଷ ଶୁକ୍ରବାର ପଡ଼ିଥିଲା। ସେହିପରି କେବଳ ବର୍ଷର ପ୍ରଥମ ଦିନ ନୁହେଁ, ଶେଷ ଦିନ ମଧ୍ୟ ୧୯୭୧-୨୦୨୧ ମସିହାର ସମାନ ଦିନରେ ପଡ଼ୁଛି। ‌ମାତ୍ର ପ୍ରତିବର୍ଷ ପଡ଼ୁଥିବା ସ୍ବତନ୍ତ୍ର ଦିବସ ସହିତ ଏହାର କୌଣସି ତାଳମେଳ ଦେଖିବାକୁ ମିଳିନାହିଁ। କେବଳ ୨୦୨୧ ମସିହା ନୁହେଁ, ୨୦୨୬ ମସିହାରେ ମଧ୍ୟ ସମାନ କ୍ୟାଲେଣ୍ଡର ରହିଥିବା ଜଣାପଡ଼ିଛି। ଏହା ପୂର୍ବରୁ ୧୯୦୯, ୧୯୧୫, ୧୯୨୮, ୧୯୩୬, ୧୯୪୩, ୧୯୫୪, ୧୯୬୫, ୧୯୬୨, ୧୯୯୩, ୧୯୯୯ ଓ ୨୦୧୦ ମସିହାରେ ମଧ୍ୟ ସମାନ କ୍ୟାଲେଣ୍ଡର ରହିଥିଲା। ଏଭଳି ପରିସ୍ଥିତିରେ ଅନେକ ନିଜର ପୁରୁଣା କ୍ୟାଲେଣ୍ଡରକୁ ଚଳିତ ବର୍ଷ ପାଇଁ ବ୍ୟବହାର କରିହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର