ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ‘ଯୋଗୋତ୍ସବ-୨୦୨୩’

ଜଟଣୀ: ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ, ମୋରାର୍‌ଜୀ ଦେଶାଇ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଓ ଭାରତ ସରକାରଙ୍କ ଆୟୁଷ୍ ମନ୍ତ୍ରଣାଳୟ ସହଯୋଗରେ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଯୋଗୋତ୍ସବ -୨୦୨୩ର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଡାକ୍ତର ପ୍ରଶାନ୍ତ କୁମାର ଶାହ, ଲିଙ୍ଗରାଜ ଥାନା ଆଇଆଇସି ସୁରେଶ ଚନ୍ଦ୍ର ପାତ୍ର, କମିସନରେଟ୍ ପୁଲିସର ଆର୍‌ଆଇ ଏଲ୍ ବିଜୟରତ୍ନମ୍‌, ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ, ଡିନ୍ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇଥିଲେ। କଲେଜ ଛାତ୍ରଛାତ୍ରୀ, ଆୟୁଷ ଯୋଗ ପ୍ରଶିକ୍ଷକ ଓ ସାଧାରଣ ଯୋଗ ଅଭ୍ୟାସକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ କଟକ ଯୋଗ ଆସୋସିଏସନ୍‌ର ଛାତ୍ରମାନଙ୍କ ଦ୍ୱାରା ସଂଗୀତ ସହ ଆର୍ଟିଷ୍ଟିକ୍ ଯୋଗ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଯୋଗର ବିକାଶ ଓ ପ୍ରୋତ୍ସାହନ ଦିଗରେ ବିଶେଷ ଅବଦାନ ରଖିଥିବା ୫ ଯୋଗଗୁରୁଙ୍କୁ ‘ଯୋଗବୃନ୍ଦ ପୁରସ୍କାର-୨୦୨୩’ ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଅଧିବେଶନ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ଡ. ପ୍ରସନ୍ନ ଦାସ, ଡ. ଇନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଯୋଗର ଉପଯୋଗିତା ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।

ସମ୍ବନ୍ଧିତ ଖବର