ଭୁବନେଶ୍ୱର: ଜୟଦେବ ବାଟିକାରେ ପ୍ରେମିକାର ଓଢ଼ଣୀ ଲଗାଇ ପ୍ରେମିକଙ୍କ ଆତ୍ମହତ୍ୟା 

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକ-ପ୍ରେମିକାଙ୍କ ପାଇଁ ଉକୃଷ୍ଟ ସ୍ଥାନ ରାଜଧାନୀ ଭୁବନେଶ୍ୱରର ଜୟଦେବ ବାଟିକାରେ ସୋମବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାକୁ ପ୍ରେମିକ ଶଶିକାନ୍ତ ପଣ୍ଡା ଓ ତା’ର ପ୍ରେମିକା ଆଜି ଦିନ ବେଳା ଯାଇଥିଲେ। ପାର୍କ ଭିତରେ ଉଭୟଙ୍କ ମଧ୍ୟରେ କିଛି ଗଣ୍ଡଗୋଳ ହୋଇଥିଲା। ଏଥିରେ ବାଲେଶ୍ୱର ଅଞ୍ଚଳର ଶଶିକାନ୍ତ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ପ୍ରେମିକାର ଓଢ଼ଣୀକୁ ନେଇ ଆତ୍ମହତ୍ୟା କରିଥିଲେ। ସନ୍ଧ୍ୟାରେ ପାର୍କ ବନ୍ଦ ହୋଇ ଯାଇଥିବା ବେଳେ ସମସ୍ତେ ବାହାରକୁ ଆସିଥିଲେ। ପରେ ପାର୍କର ଜଣେ କର୍ମଚାରୀ ଶଶିକାନ୍ତ ଆତ୍ମହତ୍ୟା କରିଥିବା ଜାଣି ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆତ୍ମହତ୍ୟା କରିଥିବା ଯୁବକଙ୍କ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି। ଯୁବତୀଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି। ଘଟଣାର ତଦନ୍ତ ପରେ ସତ୍ୟ ଜଣା ପଡ଼ିବ ବୋଲି ପୁଲିସ କହିଛି।

 

ସମ୍ବନ୍ଧିତ ଖବର