ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ବେକରେ ଗାମୁଛା ଲଗାଇ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ | ଗଛରେ ଚଢ଼ି ଯିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ | ତେବେ ଯୁବକ ଜଣଙ୍କ କିଏ ଓ କାହିଁକି ଏପରି ଉଦ୍ୟମ କରିଛନ୍ତି ତାହା ଜଣାପଡିନାହିଁ | ନିଶାସକ୍ତ ଅବସ୍ଥାରେ ଏହି ଯୁବକ ଏଭଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ l

ଏବାବଦରେ ଜଣାପଡିବା ପରେ ତୁରନ୍ତ ଘଟଣାସ୍ଥଳରେ କ୍ୟାପିଟାଲ ଓ ଖାରବେଳ ନଗର ଥାନା ପୁଲିସ ସହ ଦମକଳବାହିନୀ ପହଂଚି ଯୁବକଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି l ଡାକ୍ତରୀମଇନା ପରେ ସେ ବ୍ୟକ୍ତି କିଏ ଓ କଣ ପାଇଁ ଏଭଳି ଉଦ୍ୟମ କରୁଥିଲେ ତାହା ଜଣାପଡିବ ବୋଲି ପୁଲିସ କହିଛି |

ସମ୍ବନ୍ଧିତ ଖବର