ମହିଳାଙ୍କ ସମଲୀଙ୍ଗୀ ସଂପର୍କକୁ ସମର୍ଥନ କରୁଥିଲେ ପତି; ରାଗିବା ବଦଳରେ କରୁଥିଲେ ସାହାଯ୍ୟ

ମୁମ୍ବାଇ: ଯୁବ ବଦଳୁଛି। ଯୁଗ ବଦଳିବା ସହ ମାନସିକତା ବି ବଦଳୁଛି। ପୂର୍ବରୁ ଯାହା ଲୁଚାଛପାରେ ହେଉଥିଲା, ଏବେ ତାହା ସର୍ବସମ୍ମୁଖରେ ହେଉଛି। ଆପଣ ଜାଣନ୍ତି ଯେ ସମଲୀଙ୍ଗୀ ସଂପର୍କ ଆଜିକାଲି ସମାଜ ପାଇଁ ଏକ ସାଧାରଣ କଥା। ନିକଟରେ ଦୁଇ ଜଣ ସମଲୀଙ୍ଗୀ ମହିଳାଙ୍କ ସଂପର୍କକୁ ନେଇ ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତାଙ୍କର ବାନ୍ଧବୀଙ୍କ ସହ ମିଳାଇବା ପାଇଁ କିପରି ସମର୍ଥନ କରିଛନ୍ତି ସେ ସଂପର୍କରେ ଖୁଲାସା କରିଛନ୍ତି।

ଜଣେ ମହିଳା ନିଜର ସମଲୀଙ୍ଗୀ ସଂପର୍କ ବିଷୟରେ ମୁହଁ ଖୋଲି କହିଛନ୍ତି ଯେ ସେ ଜଣେ ବିବାହିତା ମହିଳାଙ୍କୁ ନିଜର ମନ ଦେଇ ବସିଲେ ଓ ତାଙ୍କ ସ୍ବାମୀ ତାଙ୍କୁ ଏହି ମାମଲାରେ ପୂର୍ଣ୍ଣ ସହାୟତା କରିଛନ୍ତି।

ଅନ୍ତର୍ଜାତୀୟ ପତ୍ରିକା ‘ଡେଲି ମେଲ୍‌’ର ରିପୋର୍ଟ ମୁତାବକ, ମହିଳା ଜଣକ ପ୍ରଥମେ ନିଜ ପତିଙ୍କୁ ନ୍ୟୁଜିଲାଣ୍ଡ୍‌ ୟୁନିଭର୍ସିଟିରୁ ଜାଣିଥିଲେ। ଦୁହିଁଙ୍କ ମଧ୍ୟରେ ସଂପର୍କ ସୃଷ୍ଟି ହୋଇଥିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସେ ଦୁହେଁ ଜର୍ମାନି ପଳାଇ ଆସିଥିଲେ। ସେଠାରେ ତାଙ୍କୁ ନିଜ ପିଲାକୁ କିଣ୍ଡରଗାର୍ଡନ ଛାଡ଼ିବାକୁ ଯାଉ ଯାଉ ସେଠାରେ ଅନ୍ୟ ଜଣେ ମହିଳାଙ୍କ ସହ ସାକ୍ଷାତ ହେଲା ଓ ଧୀରେଧୀରେ ପ୍ରେମ ହୋଇଗଲା। ତେବେ ସେ ଅନ୍ୟ ଜଣେ ମହିଳାଙ୍କ ପ୍ରତି ଆକୃଷ୍ଟ ହେବା ନେଇ ତାଙ୍କ ସ୍ବାମୀ ତାଙ୍କୁ କିଛି ବି କହିଲେନି, ବରଂ ତାଙ୍କୁ ସମର୍ଥନ କରିଚାଲିଲେ।

ମହିଳାଙ୍କ କହିବା ଅନୁସାରେ ସେ ଆର ମହିଳା ଜଣଙ୍କୁ ତାଙ୍କ ପିଲାଙ୍କୁ ସ୍କୁଲ୍‌ ନବାଅ‌ାଣିବା କରିବା ବେଳେ ଚିହ୍ନିଥିଲେ। ତା’ପରେ ପରସ୍ପର ସହ ସାଙ୍ଗ ହୋଇ ସଂଧ୍ୟାଭ୍ରମଣରେ ଗଲେ। ଧୀରେ ଧୀରେ ପରସ୍ପରଙ୍କ ପ୍ରତି ଆନ୍ତରିକତା ବଢ଼ିବାରେ ଲାଗି‌ଲା ଓ ଶେଷରେ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ଥିବା ବିଷୟରେ ଜଣାପଡ଼ିଲା।

ସମ୍ବନ୍ଧିତ ଖବର