ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ଜ୍ଞାନୀ ବ୍ରାହ୍ମଣ

ଜଣେ ଅତ୍ୟନ୍ତ ଜ୍ଞାନୀ ବ୍ରାହ୍ମଣ ଥିଲେ। ତାଙ୍କର ଅଶେଷ ସୁନାମ ଥିଲା। ଦିନକର କଥା। ଜଣେ ଯୁବକ ତାଙ୍କ ପାଖକୁ ଆସି ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବାକୁ ଚାହିଁଲା। ବ୍ରାହ୍ମଣ ତାର ପରିଚୟ ମାଗିଲେ। ଯୁବକ କହିଲା- ମୁଁ ଜଣେ ମୂର୍ଖ ଯୁବକ। ଶିକାର କରି ଚଳେ। ତେବେ ମୁଁ ଭଲ ତୀର ମାରି ପାରେ।…
ଅଧିକ ଖବର ଦେଖନ୍ତୁ...

ଋଣ ଶୁଝା

ଜଣେ ଯୁବକ ଭାଗ୍ୟର ତଲାସରେ ରାଜଧାନୀକୁ ବାହାରିଲେ। ସଂଭ୍ରାନ୍ତ ବଂଶଜ ଯୁବକ ଜଣକ ଘୋଡ଼ା ପିଠିରେ ଯାଉଥିଲେ। ବାଟରେ ଅନ୍ଧାର ହୋଇଗଲା। କେଉଁଠି ଆଶ୍ରୟ ନେବେ ବୋଲି ଚିନ୍ତା କଲା ବେଳକୁ କିଛି ପାଇଲେ ନାହିଁ। ସେତିକି ବେଳେ ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ତାଙ୍କୁ ନିଜ କୁଡ଼ିଆରେ ଆଶ୍ରୟ ଦେଲେ।…
ଅଧିକ ଖବର ଦେଖନ୍ତୁ...

ପି˚ପୁଡ଼ି ଠାରୁ ଶିକ୍ଷା

ଅଥରେ ଜଣେ ହତାଶ ଯୁବକ ପହଞ୍ଚିଲେ ୟୁଜିକେଙ୍କ ପାଖରେ। ୟୁଜିକେ ତାଙ୍କ ଠାରୁ ତାଙ୍କ ହତାଶାର କାରଣମାନ ସବୁ ଶୁଣି କହିଲେ- ଏବେ, ଶୁଣ ଏଇ କଥାଟି। ଭାରତରେ ମୁଁ ଯେଉଁଠି ଜନ୍ମ ହୋଇଥିଲି, ସେଇ ଗାଁ ପାଖରେ ଥିଲା ଗୋଟିଏ ବଡ଼ ତୀଖ ପାହାଡ଼। ପିଲାଦିନେ ସେଇ ପାହାଡ଼ର ଉଚ୍ଚତାକୁ ଦେଖି ଆମେ…
ଅଧିକ ଖବର ଦେଖନ୍ତୁ...

ନିଜକୁ ଦେଖ ଓ ସୁଧାର

ଦୁଇ ସହଯୋଗୀଙ୍କ ଭିତରେ ଭଲ ପଡ଼ିଲା ନାହିଁ। ସେମାନଙ୍କ ଭିତରେ ମତାନ୍ତର ହୋଇ ତାହା ମନାନ୍ତର ସ୍ତରରେ ପହଞ୍ଚିଲା। ଜଣେ ଅନ୍ୟ ଜଣଙ୍କର ଗୋଛି କାଟିବାକୁ ଚାହିଁଲା। ସେଥିଲାଗି ସେମାନେ ଦୁହେଁ ନିଜ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ନିଜ ନିଜ ସୁବିଧା ସମୟରେ ଗଲେ। ପ୍ରଥମେ ଅଧିକାରୀଙ୍କ ଗୁଣ…
ଅଧିକ ଖବର ଦେଖନ୍ତୁ...

କଣ୍ଢେଇର ଚିଠି

ପ୍ରଖ୍ୟାତ ଲେଖକ ଫ୍ରାନ୍‌ଜ କାଫ୍‌କା ଥରେ ଗୋଟିଏ ପାର୍କ‌୍‌ରେ ବୁଲୁବୁଲୁ ଦେଖିଲେ ଯେ କୁନି ଝିଅଟିଏ କାନ୍ଦୁଛି। କାରଣ ବୁଝିବାରୁ ଜଣାଗଲା ଯେ ଝିଅଟି ତାର କଣ୍ଢେଇଟିକୁ ପାଉ ନ ଥିବାରୁ କାନ୍ଦୁଛି। କାଫ୍‌କା ଝିଅଟିକୁ ବୁଝାଇବାକୁ ଯାଇ ପ୍ରତିଶ୍ରୁତି ଦେଲେ ଯେ ସେ ଗୋଟିଏ ଦିନ ଭିତରେ…
ଅଧିକ ଖବର ଦେଖନ୍ତୁ...

ଭଗବାନଙ୍କ ବର ଦାନ

ଦୁଇ ଜଣ ବୃଦ୍ଧ ସେମାନଙ୍କ ଶେଷ ସମୟରେ ମନପ୍ରାଣ ଦେଇ ଭଗବାନଙ୍କୁ ଡାକୁଥିବାରୁ ଭଗବାନ ସେମାନଙ୍କୁ ଦେଖା ଦେଲେ। ଭଗବାନ କହିଲେ- କ’ଣ ମାଗୁଛ ମାଗ। ଆର ଜନ୍ମରେ ତୁମେ ତାହା ଲାଭ କରିବ। ସେମାନଙ୍କ ଭିତରୁ ଜଣେ କହିଲା- ପ୍ରଭୁ ମୋତେ ଏଇ ବର ଦିଅନ୍ତୁ ଯେମିତି ଆର ଜନ୍ମରେ ମୁଁ କେବଳ ପାଇ ଚାଲେ।…
ଅଧିକ ଖବର ଦେଖନ୍ତୁ...

ବଗିଚାରେ ଜେନ୍‌ ଗୁରୁ

ପ୍ରସିଦ୍ଧ ଜେନ୍‌ ଗୁରୁ ନେନେଙ୍କୁ ତାଙ୍କର ଜଣେ ଶି‌‌ଷ୍ୟ ପଚାରିଲେ- ଆପଣ ଅଧିକାଂଶ ସମୟ ବଗିଚାରେ କାଟନ୍ତି। ଫଳ ଗଛଗୁଡ଼ିକୁ ଘଣ୍ଟା ଘଣ୍ଟା ଧରି ଚାହିଁ ବସିଥାଆନ୍ତି। କାରଣ? ନେନେ କହିଲେ- ବଗିଚାରେ ମୋତେ ଯେଉଁ ଜ୍ଞାନ ମିଳୁଛି ତାହା ଆଉ କେଉଁଠି ମିଳିବ କି? ଏବେ ବୁଝାଇ ଦେଉଛି ଶୁଣ। ଫଳ…
ଅଧିକ ଖବର ଦେଖନ୍ତୁ...

ପତ୍ରର ନାଚ

ଜଣେ ତରୁଣ ଗୌତମ ବୁଦ୍ଧଙ୍କ ପାଖରେ ଶିଷ୍ୟତ୍ବ ଗ୍ରହଣ କଲା ପରେ ଦିନେ ତାଙ୍କୁ ପଚାରିଲା- ମହାଭାଗ, ମୋତେ ଲାଗୁଛି ସତେ ଯେମିତି ମୋତେ କେହି ଭଲ ପାଆନ୍ତି ନାହିଁ। ମୁଁ ଯାହା କହିବାକୁ ବା କରିବାକୁ ଚାହୁଁଛି, ଅନ୍ୟମାନେ ତାର ବିରୋଧ କରୁଛନ୍ତି। ମୁଁ କ’ଣ କରିବି। ସେତିକି ବେଳେ ଗୌତମ ବୁଦ୍ଧ…
ଅଧିକ ଖବର ଦେଖନ୍ତୁ...

ମୋଦୀ, ଗାନ୍ଧୀ-ନେହରୁ ଓ ସିନେମା

ଆଗାମୀ ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟ୍‌ ସମୟରେ ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ମହାକାଶ ବିଜ୍ଞାନରେ ଅନେକ କୃତିତ୍ବର ଅଧିକାରୀ ହୋଇଥିବା ଆମ ଦେଶ ସହିତ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଯିବ। ସାଧାରଣ ନାଗରିକଙ୍କଠାରୁ ମହାକାଶ ବିଜ୍ଞାନୀଙ୍କ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଜ୍ଞାନର ଅନ୍ଧପୁଟୁଳି

ଜଣେ ତରୁଣ ଜୀବନର ସତ୍ୟ କ’ଣ ତାହା ବୁଝିବାକୁ ଚେଷ୍ଟା କଲା। ସେ କେଉଁଠାରୁ ଶୁଣିଥିଲା ଯେ ସତ୍ୟକୁ ଜାଣିବାର ଏକମାତ୍ର ବାଟ ହେଉଛି ଜ୍ଞାନ। ତେଣୁ ଅଧ୍ୟୟନ କରିବା ଦରକାର। ସୁତରାଂ, ଯୁବକ ବିଭିନ୍ନ ପୁସ୍ତକ ଓ ଶାସ୍ତ୍ର ଅଧ୍ୟୟନ କରିବାକୁ ଲାଗିଲା। ଯାହା ପାଇଲା ପଢ଼ି ପକାଇଲା। କହିବା ବାହୁଲ୍ୟ ଯେ…
ଅଧିକ ଖବର ଦେଖନ୍ତୁ...