ମହେଶ୍ୱରଙ୍କ ଘରେ ଭଂଗାରୁଜା ଘଟଣାର ପ୍ରତିବାଦ : ଶକ୍ତି ପ୍ରଦର୍ଶନ କଲା ବିଜେଡି

ମୋଦୀଙ୍କୁ ପୁରୀରୁ ନିର୍ବାଚନ ଲଢ଼ିବାକୁ ଦେଲେ ଆହ୍ୱାନ

ପୁରୀ : ଗତ ତିନି ତାରିଖ ଦିନ ପୁରୀ ବନ୍ଦ ପାଳନ ‌ ବେଳେ ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱ ର ମହାନ୍ତିଙ୍କ ଘରେ ପଶି ଭଙ୍ଗାରୁଜା କରିବା ଘଟଣାକୁ ବିଜେଡି ନିନ୍ଦା କରିଛି। ଆଜି ଏହି ଆକ୍ରମଣକୁ ବିରୋଧ କରି ବଡ଼ଶଙ୍ଖଠାରେ ଆୟୋଜିତ ପ୍ରତିବାଦ ସଭାରେ ମହେଶ୍ବରଙ୍କ ପାଇଁ ପୂରା ଜିଲ୍ଲା ବିଜେଡି ଏକାଠି ହୋଇଥିଲା। ପ୍ରତିବାଦ ସଭାରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିଥିଲେ। ମଂଚ‌ରେ ଜିଲ୍ଲାର ପାଞ୍ଚ ବିଧାୟକ ଏକାଠି ହୋଇ ମହେଶ୍ବରଙ୍କ ସହିତ ସେମାନଙ୍କ ଦରଦ ଥିବା ଜଣାଇଥିଲେ। ସଭାରେ ବିଧାୟକ ଓ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ବିଧାୟକ ସମୀର ଦାସ ସିଧାସଳଖ ବିଜେପିକୁ ଆକ୍ରମଣ କରିଥିଲେ। ବିଜେପି କର୍ମୀମାନେ ଭିଆଇଥିବା କାଣ୍ଡକୁ ନାପସନ୍ଦ କରିଥିଲେ। ଶାନ୍ତିପ୍ରିୟ ପୁରୀରେ ଅଶାନ୍ତି ସୃଷ୍ଟି କରୁଥିବା ଲୋ‌କଙ୍କୁ ପୁରୀବାସୀ ଜବାବ ଦେବେ। ତେବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ଲଢିବ‌ା ପ୍ରସଙ୍ଗକୁ ନେଇ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ନିମାପଡା ବିଧାୟକ ଶ୍ରୀ ଦାଶ ବିଜେପିକୁ ଆହ୍ବାନ ଦେଇଥିଲେ।  ପୁରୀରୁ ବିଜେପି ଖାତା ଖୋଲିପାରିବ ନାହିଁ ବୋଲି ଶ୍ରୀ ଦାଶ ଦୃଢତାର ସହ କହିଥିଲେ। ମନ୍ତ୍ରୀ ମହାରଥୀ ମଧ୍ୟ ପୁରୀରୁ ମୋଦୀଙ୍କ ନିର୍ବାଚନ ଲଢିବା ପ୍ରସଙ୍ଗରେ ମତ ରଖିଥିଲେ। ମୋଦୀ ପୁରୀରୁ ନିର୍ବାଚନ ଲଢିଲେ ରାଜ୍ୟ ବିଜେପି ଭଲ ମାଲ ପାଇବ, ମାତ୍ର ବିଜେଡି ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି କହିବା ସହିତ ପୁରୀରୁ ନିର୍ବାଚନ ଲଢିାବକୁ ମୋଦୀଙ୍କୁ ଆହ୍ବାନ ଦେଇଥିଲେ।

ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଘରେ ଭଂଗାରୁଜା ଘଟଣାକୁ ନେଇ ପୁରୀ ନଗର ବିଜେଡି ପକ୍ଷରୁ ଆଜି ଆୟୋଜିତ ପ୍ରତିବାଦ ସଭାରେ ବ୍ରହ୍ମଗିିରି, ନିମାପଡା, ସତ୍ୟବାଦୀ, କାକଟପୁର ଓ ପିପିଲି ନିର୍ବାଚନମଣ୍ଡଳୀରୁ ପ୍ର‌ାୟ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ସାମିଲ ହୋଇଥିଲେ।  ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ମଧ୍ୟ ବନ୍ଦ ନାମ‌େର ପୁରୀରେ ଘଟିଥିବା ହିଂସା‌କାଣ୍ଡକୁ ସମାଲୋଚନା କରିଥିଲେ।। ଏହି ଘଟଣା ପାଇଁ ସେ ବିଜେପିକୁ ଦାୟୀ କରିଥିଲେ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତାରାୟ ଉପସ୍ଥିତ ରହି ଶାନ୍ତିପୂଣ୍ଣ ସହରକୁ ଅଶାନ୍ତ କରିବା ଘଟଣାକୁ ନିନ୍ଦା କରିଥିଲେ। କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ଜିଲ୍ଲ‌ା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳେଇ, ପୂର୍ବତନ ନଗରପାଳ ଜୟନ୍ତ ଷଡଙ୍ଗୀ, ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର, ପୂର୍ବତନ ନଗରପ‌ାଳ ‌େଗୗରହରି ପ୍ରଧାନ, ଶାନ୍ତି ପ୍ରଧାନ ଓ ଜିଲ୍ଲାସ୍ତରର ବହୁ ବଜେଡି ନେତା ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ପୁରୀ ଲୋକଙ୍କ ସହିତ ଥିବା ବେଳେ ତାଙ୍କ ଘରେ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କରାଯାଇଥିବା ଘଟଣାକୁ ନିନ୍ଦା କରାଯାଇଥିଲା। ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଶୋଭାଯାତ୍ରା ଆସି ପ୍ରତିବାଦ ସଭା ନିକଟରେ ପହଞ୍ଚିଥିଲା। ଏହି ସଭାରେ ‌େସ ଦିନ ଭଂଗାରୁଜା ଘଟଣାର କିଛି ଭିଡିଓ ମଧ୍ୟ କର୍ମୀଙ୍କୁ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର