୪୦ ବର୍ଷ ପରେ ନିଜ ମା’କୁ ଭାରତରେ ଖୋଜି ପାଇଲେ ଡେନମାର୍କର ବ୍ୟବସାୟୀ, ଖୁସିରେ କାନ୍ଦି ପକାଇଲେ ମା’-ପୁଅ

ନୂଆଦିଲ୍ଲୀ: ଦୁନିଆରେ ସବୁଠାରୁ ମଧୁର ସମ୍ପର୍କ  ମା’ ଓ ସନ୍ତାନର। ଏଣୁ କୁହାଯାଏ, ମା’ର ଋଣ ଆଜି ଯାଏଁ କିଏ ଶୁଝିଛି ନା ଶୁଝି ପାରିବ। ଏପରି କ୍ଷେତ୍ରରେ ଜଣେ ବ୍ୟବସାୟୀ ତାଙ୍କ ହଜି ଯାଇଥିବା ମା’କୁ ଖୋଜିଖୋଜି ସାତ ସମୁଦ୍ର ପାର କରିଥିବାର ଘଟଣା ସାମ୍ନାକୁ ଆସିଛି। ଶେଷରେ ମା’ ଓ ପୁଅଙ୍କ ମିଳନ ହୋଇଥିଲା। ଏହି ମିଳନର ଦୃଶ୍ୟକୁ ଯିଏ ଦେଖିଥିଲା, ତାଙ୍କ ଆଖିରୁ ଆପଣାଛାଏଁ ଲୁହ ଝରି ପଡ଼ିଥିଲା।

amarujala.

ଡେନ୍‌ମାର୍କରେ ରହୁଥିବା ୪୩ ବର୍ଷର ଡେଭିଡ ନିଲସନ୍‌ ନିଜ ମା’ଙ୍କୁ ଭେଟିବା ପାଇଁ ଭାରତ ପହଞ୍ଚିଥିଲେ। ଡେଭିଡ ନିଜ ମା’ଙ୍କୁ ଗତ ଛଅବର୍ଷ ହେଲା ଖୋଜୁଥିଲେ। ଏହି ସମୟରେ ସେ କୌଣସି ସୂତ୍ରରରୁ ଖବର ପାଇଥିଲେ କି ତାଙ୍କ ମା’ ମନାଲିରେ ଅଛନ୍ତି। ଏହାପରେ ମା’ଙ୍କୁ ଭେଟିବା ପାଇଁ ସେ ମନାଲିରେ ଆସି ପହଞ୍ଚି ଯାଇଥିଲେ। ଏତେ ବର୍ଷ ପରେ ମା’ ବି ନିଜ ପୁଅକୁ ପାଖରେ ପାଇ ‘ମୋ ପୁଅ ମୋ ପୁଅ’ କହି ଭୋ ଭୋ ହୋଇ କାନ୍ଦି ଉଠିଥିଲେ।

ପ୍ରକାଶିତ ଖବର ମୁତାବକ, ଡେଭିଡ ନିଜ ମା’ଙ୍କ ସହିତ ତାମିଲନାଡୁର ପଲ୍ଲାବରମ୍‌ର ଚାଇଲ୍ଡ ହୋମରେ ରହୁଥିଲେ। ଚାଇଲ୍ଡ ହୋମ ବିନା କୌଣସି ସୂଚନାରେ ଡେଭିଡଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରାଯିବା ନେଇ ତାଲିକାରେ ସାମିଲ କରି ଦେଇଥିଲେ। ଡେଭିଡ ଦୁଇବର୍ଷର ହୋଇଥିବା ବେଳେ ଡେନ୍‌ମାର୍କର ଏକ ଦମ୍ପତ୍ତି ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନେଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏ ବିଷୟରେ ଡେଭିଡ ମା’ଙ୍କୁ ବି ସୂଚନା ଦିଆ ଯାଇ ନଥିଲା।

amarujala.

ଏବେ ଡେଭିଡଙ୍କୁ ୪୩ବର୍ଷ । ସେ ଡେନ୍‌ମାର୍କର ଓ୍ଵାନଡ ଟ୍ରେଡର ଅଛନ୍ତି। ତାଙ୍କ ପାଖରେ ଥିବା ମା’ଙ୍କର ଏକ କଳାଧଳା ଫଟୋ ଜରିଆରେ ବିଜ୍ଞାପନ ଦେଇ ସେ   ନିଜ ମା’ଙ୍କୁ  ଖୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି ଡେଭିଡ।

ସମ୍ବନ୍ଧିତ ଖବର