ଜେଲରେ ବନ୍ଦୀ ଥିବା ପୁଅକୁ ମୁକୁଳାଇବା ପାଇଁ ଭୋଭୋ ହୋଇ କାନ୍ଦୁଥିଲେ ମା’, କନଷ୍ଟେବଳ ଆଲିଙ୍ଗନ କରି ବୃଦ୍ଧାଙ୍କୁ ଏପରି ବୁଝାଇଲେ

ପଞ୍ଜାବ: ଇଣ୍ଡିଆନ୍‌ ପୁଲିସ ଫାଉଣ୍ଡେସନ୍‌ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ପଞ୍ଜାବରେ ଜଣେ ପୁଲିସ କନେଷ୍ଟବଳଙ୍କ କାର୍ଯ୍ୟ ଚର୍ଚ୍ଚାର ପରିସରରେ ରହିଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ କନେଷ୍ଟବଳଙ୍କ କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରୁଛନ୍ତି।

DNA India

ଜଣେ ବୃଦ୍ଧା ମା’ଙ୍କ ପୁଅ ମାଲେସିଆ ଜେଲରେ ବନ୍ଦୀ ଅଛନ୍ତି। ପୁଅକୁ ଜେଲରୁ ବାହାର କରିବା ପାଇଁ ବୃଦ୍ଧା ମା’ ଜଣକ ଭୋ ଭୋ ହୋଇ କାନ୍ଦୁଥିଲେ। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କନଷ୍ଟେବଳ ଜଣକ ଉକ୍ତ ମା’ଙ୍କ ପାଖକୁ ଧାଇଁ ଆସି ତାଙ୍କ କଥା ପଚାରି ବୁଝିଥିଲେ। ମା’ଙ୍କ ଠାରୁ ସବୁ କଥା ଶୁଣିବା ପରେ କନେଷ୍ଟବଳ ଭାବବିହ୍ଵଳ ହୋଇ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ବୃଦ୍ଧାଙ୍କ ପୁଅକୁ ଜେଲରୁ କିଭଳି ନିୟମ ଅନୁସାରେ ମୁକୁଳାଇ ପାରିବେ ସେନେଇ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ଇଣ୍ଡିଆନ୍‌ ପୁଲିସ ଫାଉଣ୍ଡେସନ ପକ୍ଷରୁ ଟୁଇଟରରେ ଏହି ଭିଡିଓଟି ପୋଷ୍ଟ କରାଯାଇ ଲେଖାଯାଇଛି, ଏହି କନଷ୍ଟେବଳ ଜଣକ ସବୁ ପୁଲିସ ଅଧିକାରୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କନେଷ୍ଟବଳ ଜଣକ ବୃଦ୍ଧା ମହିଳା ଜଣଙ୍କ କଥାକୁ ଧ୍ୟାନର ସହ ଶୁଣି ତାଙ୍କ ଆଖିରୁ ଲୁହ ପୋଛୁଛନ୍ତି।

ସମ୍ବନ୍ଧିତ ଖବର