ଗୁଜୁରାଟ-ରାଜସ୍ଥାନରେ ଚାରୋଟି ଡ୍ରଗ୍ ଉତ୍ପାଦନ ଲ୍ୟାବର ପର୍ଦ୍ଦାଫାଶ୍: ୨୩୦ କୋଟିର ନିଶାଦ୍ରବ୍ୟ ଜବତ

ଜୟପୁର/ଅହମ୍ମଦାବାଦ: ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫ୍ ଇଣ୍ଡିଆ) ଟିମ୍ ୨ଟି ରାଜ୍ୟରେ ୪ଟି ସ୍ଥାନରେ ଚଢ଼ାଉ କରିଛି। ଡ୍ରଗ୍ ଚୋରା ଚାଲାଣ ବିରୋଧରେ ଅଭିଯାନର ଏକ ଅଂଶ ଭାବରେ ଜାଲୋରର ଭିନମାଲ୍ ଏବଂ ଯୋଧପୁରର ଓସିଆନ୍ ଏବଂ ଗୁଜୁରାଟର ଗାନ୍ଧିନଗର ତଥା ଆମରେଲିରେ ଭ‌ୋର୍ ୪ଟାରୁ ଚଢ଼ାଉ କରାଯାଇଥିଲା। ୧୩ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ପଚରାଉଚରା ଆଧାରରେ ଗ୍ୟାଙ୍ଗର ମୁଖ୍ୟ ନେତାଙ୍କୁ ଏବେ ଖୋଜାଖୋଜି କରାଯାଉଛି।

ଏହା ବ୍ୟତୀତ ଡ୍ରଗ୍ସ ଉତ୍ପାଦନ କରୁଥିବା ଚାରୋଟି ଉଚ୍ଚ-ବୈଷୟିକ ଲ୍ୟାବ୍‌ର ମଧ୍ୟ ପର୍ଦ୍ଦାଫାଶ୍ ହୋଇଛି। ଏଠାରୁ ସମୁଦାୟ ୧୪୯ କିଲୋଗ୍ରାମ ଏମଡି, ୫୦ କିଲୋଗ୍ରାମ ଏଫେଡ୍ରିନ୍ ଏବଂ ୨୦୦ ଲିଟର ଏସିଟୋନ ମଧ୍ୟ ଜବତ କରାଯାଇଛି। ଏହି ଡ୍ରଗ୍ସର ମୂଲ୍ୟ ପ୍ରାୟ ୨୩୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଗୁଜୁରାଟର ଡିଜିପି ବିକାଶ ସହାୟ ସୂଚନା ଦେଇଛନ୍ତି ଯୋଧପୁରର ଓସିୟାନରେ ଏହି ଚଢ଼ାଉ କରାଯାଇଛି। ଏଠାରୁ ଏମଡି ମିଳିଲା ନାହିଁ, କିନ୍ତୁ ଏମଡି ତିଆରି ପାଇଁ କଞ୍ଚାମାଲ ଜବତ ହୋଇଛି। ଓସିଆନ ଯୋଧପୁରର ବାସିନ୍ଦା ରାମ ପ୍ରତାପଙ୍କୁ ଗିରଫ କରାଯାଇଛି। ସେ ଏକ ମେଡିକାଲ୍ ଷ୍ଟୋର ଖୋଲିଛନ୍ତି। ଡିଜିପି କହିଛନ୍ତି ଗୁଜୁରାଟର ଆମରଲିରେ ଚତୁର୍ଥ ଚଢ଼ାଉ ହୋଇଛି। ଯେଉଁଥିରେ ତିରୁପତି କ୍ୟାମ୍ପ ଇଣ୍ଡଷ୍ଟ୍ରି ଉପରେ ଚଢ଼ାଉ କରାଯାଇ ୬ କିଲୋଗ୍ରାମ ଏମଡି ଏବଂ ୪ ଲିଟର ତରଳ ଏମଡି ଜବତ କରାଯାଇଛି। ଆମରଲି ବାସିନ୍ଦା ନିତିନ କବାଡିଆ ଏବଂ କିରିଟ ମାଣ୍ଡବ୍ୟଙ୍କୁ ଗିରଫ କରାଯାଇଛି।

ଡିଜିପି କହିଛନ୍ତି ଏଟିଏସ୍ ଡିଏସ୍ପି ଏସ୍.ଏଲ୍ ଚ ଚୌଧୁରୀ ପ୍ରାୟ ଦୁଇମାସ ପୂର୍ବେ ଅହମ୍ମଦାବାଦ ବାସିନ୍ଦା ମନୋହର ଲାଲ ଏବଂ ଗାନ୍ଧିନଗର ବାସିନ୍ଦା କୁଲଦୀପ ସିଂ ଏକ ଡ୍ରଗ୍ସ ତିଆରି କରିବା ପାଇଁ ଲ୍ୟାବକୁ କଞ୍ଚାମାଲ ଆଣିଥିଲେ। ଏମଡିରୁ ଡ୍ରଗ୍ସ ପ୍ରସ୍ତୁତ କରାଯାଇଥାଏ। ଏହା ଉପରେ, ଏଟିଏସ୍ ଏନସିବି ସହଯୋଗରେ ଏହି ସୂଚନା ଉପରେ କାମ କରିବା ଆରମ୍ଭ କରାଯାଇଥିଲା। ଯାହାର ପରିଣାମ ସ୍ୱରୂପ ଏପରି ବଡ଼ ସଫଳତା ହାସଲ କରାଯାଇ ପାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର