ଏସିଆ ମହାଦେଶର ପ୍ରଥମ ଉପ-ନିବନ୍ଧକ କାର୍ଯ୍ୟାଳୟ

କେରଳର କନ୍ନୁର ଜିଲ୍ଲା ଅନ୍ତର୍ଗତ ଆଞ୍ଜାରାକାଣ୍ତିରେ ଥିବା ଉପ-ନିବନ୍ଧକ କାର୍ଯ୍ୟାଳୟ(ସବ୍‌-ରେଜିଷ୍ଟ୍ରାର‌୍‌ ଅଫିସ୍‌) ସ˚ପର୍କରେ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଲା, ଏହା କେବଳ ଭାରତର ନୁହେଁ, ସମଗ୍ର ଏସିଆ ମହାଦେଶର ପ୍ରଥମ ଉପ-ନିବନ୍ଧକ କାର୍ଯ୍ୟାଳୟ। ୧୮୬୫ ମସିହାରେ ଏକ ମହଲା ବିଶିଷ୍ଟ ଏକ ଟାଇଲ୍‌ ଘରେ ଏହି କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। କେରଳରେ ସକ୍ରିୟ ଥିବା ମର୍ଡୋକ୍‌ ବ୍ରାଉନ୍‌ ନାମକ ବ୍ରିଟିସ୍‌ ଉଦ୍ୟାନ-କୃଷକ ଭାରତରେ ଭୂମି ନିବନ୍ଧନ ବା ପ˚ଜୀକରଣ ପାଇଁ ପ୍ରଥମେ ମତ ଦେଇଥିଲେ। ସେ ଏକ ଜମି କିଣିବା ପରେ ଅନୁଭବ କଲେ ଯେ, ସୀମା ନିର୍ଦ୍ଧାରଣ ଠିକ୍‌ ଭାବେ ହୋଇନାହିଁ। ଭବିଷ୍ୟତ୍‌ରେ ଏହାର ମାଲିକାନାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାର ଆଶଙ୍କା କରି ବ୍ରାଉନ୍‌ ପ୍ରଥମେ ଘରୋଇ ଭାବେ ଏକ ଭୂମି ନିବନ୍ଧନ କାର୍ଯ୍ୟାଳୟ ନିଜ ଘରେ ଖୋଲିଥିଲେ। ସେ ସ୍ଥାନୀୟ ଲୋକଙ୍କୁ ବୁଝାଇ ସେମାନଙ୍କ ଜମିର ଟାଇଟଲ୍‌-ଡିଡ୍‌ ପ୍ରସ୍ତୁତ କରିଥିଲେ। କିଛି ମାସ ପରେ ପ୍ରଶାସନିକ ସ୍ତରରେ ସ୍ଥାନୀୟ ବାସିନ୍ଦାଙ୍କ ଜମିଜମାର ସୀମା ଚିହ୍ନଟ ଓ ନିର୍ଦ୍ଧାରଣ ତଥା ସରକାରୀ ନଥିପତ୍ରରେ ଉଲ୍ଲେଖିତ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବ˚ ଏଥି ପାଇଁ ସ୍ୱତନ୍ତ୍ର ଭୂମି ନିବନ୍ଧନ ବିଭାଗ ସୃଷ୍ଟି କରାଯାଇଥିଲା। ସରକାରୀ ଭାବେ ବ୍ରାଉନ୍‌ଙ୍କୁ ଉପ-ନିବନ୍ଧକ ଭାବେ ନିଯୁକ୍ତି ମିଳିଥିଲା। ତେଣୁ, ସେ ଭାରତର ପ୍ରଥମ ଉପ-ନିବନ୍ଧକ।

ସମ୍ବନ୍ଧିତ ଖବର