ଚାକିରି ଖୋଜିବାରେ ସାହାଯ୍ୟ କରିବା ପାଇଁ ଭାରତରେ ‘ଗୁଗଲ ଜବ ସର୍ଚ୍ଚ ଟୁଲ’ର ଶୁଭାରମ୍ଭ
ଦେଶରେ ବୃଦ୍ଧି ପାଉଛି ଚାକିରି ଆଶାୟୀଙ୍କ ସଂଖ୍ୟା। ଚାକିରି ଖୋଜିବା ପାଇଁ ପ୍ରାର୍ଥୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରାର୍ଥୀମାନଙ୍କୁ ଚାକିରି ଖୋଜିବାରେ ସାହାଯ୍ୟ କରିବା ପାଇଁ ଗୁଗଲ ନୂଆ ସର୍ଚ୍ଚ ଇଣ୍ଟରଫେସ୍ ଲଞ୍ଚ କରିଛି। ଏଥିପାଇଁ କମ୍ପାନୀ ଅନେକ ଜବ ଏଜେନ୍ସି ଗୁଡ଼ିକ ସହିତ ଭାଗିଦାରୀ କରିଛି। ତେବେ ଗୁଗଲର ଏହି ପଦକ୍ଷେପ ଯୋଗୁଁ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପୋର୍ଟାଲରେ ଚାକିରି ପାଇଁ ଆବେଦନ କରିବା ପାଇଁ ସାହାଯ୍ୟ ମିଳିବ। ଆଉ ଏଥିଯୋଗୁଁ ଭାରତୀୟଙ୍କୁ ଚାକିରି ଖୋଜିବା ସହଜ ହେବ। ଏହି ଟୁଲ ଜରିଆରେ ଆଶାୟୀ ପ୍ରାର୍ଥୀମାନେ ଲୋକପ୍ରିୟ ୱେବସାଇଟ୍ ଓ କମ୍ପାନୀ ଗୁଡ଼ିକରେ ଖାଲିଥିବା ପଦବୀ ବିଷୟରେ ମଧ୍ୟ ଜାଣିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀରେ ହୋଇଥିବା ଏକ ପ୍ରେସ୍ କନଫରେନ୍ସ ଚାଲିଥିବା ସମୟରେ ଗୁଗଲ ଇଣ୍ଡିଆର ଭାଇସ୍ ପ୍ରେସିଡ଼େଣ୍ଟ କହିଛନ୍ତି, ଲୋକମାନେ ଚାକିରି ଖୋଜିବା ପାଇଁ ଅନେକ ପରିଶ୍ରମ କରନ୍ତି। ଗତ ବର୍ଷ ଗୁଗଲରେ ଚାକିରି ଖୋଜୁଥିବା ପ୍ରାଥୀଙ୍କ ସଂଖ୍ୟାରେ ୪୫ ପ୍ରତିଶତ ବୃଦ୍ଧି ହୋଇଥିବା ଅନୁମାନ କରିଥିଲୁ । ଏଥିପାଇଁ ଏବେ କମ୍ପାନୀ ଏପରି ପଦକ୍ଷେପ ନେଇଛି । ଯଦ୍ୱାରା ଲୋକଙ୍କୁ ଚାକିରି ଖୋଜିବାରେ ସାହାଯ୍ୟ ହେବ।
ଫ୍ରେସର ହୁଅନ୍ତୁ କିମ୍ବା ଅନୁଭବୀ ସମସ୍ତଙ୍କ ପାଇଁ ଚାକିରି ଖୋଜିବା ଚ୍ୟାଲେଞ୍ଜିଂ ହୋଇପାରେ। ଗୁଗଲର ନୂଆ ସେବା ଅନୁସାରେ ଏଥିରେ ଥାର୍ଡ଼ ପାର୍ଟି ଜବ ସର୍ଚ୍ଚ ପୋର୍ଟାଲ ମଧ୍ୟ ସାମିଲ ରହିଛି। ଏହାଦ୍ୱାରା କର୍ମଚାରୀ ଦରକାର କରୁଥିବା କମ୍ପାନୀ ଗୁଡ଼ିକ ପାଇଁ ମଧ୍ୟ ସହଜ ହେବ। ଏବେ ଆପଣ ଗୁଗଲ ସର୍ଚ୍ଚରେ Jobs near me ଓ Jobs for fresher ପରି ସାଇଟ୍ରେ କିଛି ଖୋଜିଲେ ଗୁଗଲରେ ଏକ ନୂଆ ଡାସବୋର୍ଡ଼ ଖୋଲିବ। ସେଠାରେ ଚାକିରି ତାଲିକା ଦେଖାଯିବ। କିଛି ବି ଚାକିରି ବିଷୟରେ ସର୍ଚ୍ଚ କଲେ ଆପଣଙ୍କ ସାମ୍ନାରେ ଅନେକ ଅପ୍ସନ ଦେଖାଯିବ। ସର୍ବପ୍ରଥମେ ଆପଣଙ୍କୁ ସେଠାରେ ଚାକିରି ବିଷୟରେ ଲେଖିବା ପାଇଁ ପଡ଼ିବ। ଏହା ବ୍ୟତୀତ ଆପଣ ଚାକିରି ଖୋଜିବା ସମୟରେ ପ୍ରିଫରେନ୍ସ ମଧ୍ୟ ସେଟ୍ କରିପାରିବେ। ଏହା ବ୍ୟତୀତ ପାର୍ଟ ଟାଇମ ଓ ଫୁଲ ଟାଇବ ଜବ ପାଇଁ ମଧ୍ୟ ଆବେଦନ କରିପାରିବେ। କମ୍ପାନୀ ଏଥିରେ ଏକ ସ୍ମାର୍ଟ ଫିଲଟର ଦେଇଛି, ଯେଉଁଠି ସର୍ଚ୍ଚକୁ ରିଫାଇନ୍ କରିବ। ଏଥିରେ ଆଲର୍ଟ ଫିଚର ମଧ୍ୟ ରହିଛି। ଯଦ୍ୱାରା ନୋଟିଫିକେସନ ଜରିଆରେ ଇମେଲରେ ଆପଣଙ୍କୁ ଚାକିରି ସୁଯୋଗ ବିଷୟରେ ସୂଚନା ମିଳିଯିବ।