୧୦୦ବର୍ଷ ବଞ୍ଚିବାର ପ୍ରୟାସ ଜାରି ରଖିଛି: ୯୩ବର୍ଷର ବୃଦ୍ଧ

ନୂଆଦିଲ୍ଲୀ: ଯେଉଁ ପରିମାଣରେ ଦୁନିଆ ଅଗ୍ରଗତି କରୁଛି ସେହି ପାରିମାଣରେ ଲୋକେ ରୋଗଗ୍ରସ୍ତ ବି ହେଉଛନ୍ତି। ପୂର୍ବ ସମୟ ତୁଳନାରେ ଏବେ ଘ‌ରେଘରେ ଲୋକେ କୌଣସି ନା କୌଣସି କାରଣରୁ ଅସୁସ୍ଥତା ଅନୁଭବ କରୁଛନ୍ତି।

ପୂର୍ବରୁ ଲୋକେ ଅତି‌ବେଶୀରେ ୮୦ରୁ ୯୦ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିଲେ। ଯାହାକି ଆଜିକା ସମୟରେ ହ୍ରାସ ପାଇ ୬୫ରୁ ୭୦ବର୍ଷ ହୋଇଯାଇଛି। ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବୟସ ୯୩ବର୍ଷ ହେଲେ ତାଙ୍କ ସ୍କ୍ରିୟତା ଦେଖି ବୟସର ଅନୁମାନ କରି ହେବନାହିଁ।

କିଛିଦିନ ହେବ ରିଚର୍ଡ ମାର୍ଗନଙ୍କୁ ନେଇ ଖୁବ ଚର୍ଚ୍ଚ ହେଉଛି। ସେ ଚର୍ଚ୍ଚାର ପରିସରକୁ ଆସିବାର କାରଣ ତାଙ୍କର ବୟସ ଓ ଜୀବନଶୈଳୀ ରହିଛି।

ଆୟରଲ୍ୟାଣ୍ଡରେ ରହୁଥିବା ରିଚର୍ଡ ଚାରିଥର ଇନଡୋର ରୋଇଙ୍ଗରେ ବିଶ୍ବ ବିଜେତା ରହିଛନ୍ତି।  ୭୩ବର୍ଷ ପରେ ସେ ନିୟମିତ ବ୍ୟାୟାମ କରିବା ସହିତ ବିଭିନ୍ନ ପ୍ରକାର ଖେଳ ଖେଳିବା ଆରମ୍ଭ କରିଥିଲେ।

ରିଚର୍ଡ କହନ୍ତି, ‘୭୩ବର୍ଷ ପୂର୍ବରୁ ମୁଁ କେବେ ମୋ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଇ ନଥିଲି। ୭୦ଟପି ୭୩ବର୍ଷ ହେବାପରେ ମୁଁ ଧୀରେଧୀରେ ବ୍ୟାୟାମ କରିବା ଆରମ୍ଭ କଲି। ଏହାଦ୍ବାରା ଶରୀର ହାଲୁକା ଲାଗିଲା। ତେଣୁ ଅଭ୍ୟାସ ଜାରି ରଖିଲି।

ସେହିପରି ନିଜକୁ ଫୁର୍ତ୍ତି ରଖିବା ପାଇଁ ଯେଉଁଠାରେ ପିଲା, ଯୁବା ଓ ବୟସ୍କ ଖେଳୁଥିବା ଦେଖିଥାଏ ସେଠାକୁ ଯାଇ ମୁଁ ବି ସାମିଲ ହୋଇଯାଇଥାଏ।

ଧୀରେଧୀରେ ମୁଁ ଖାଦ୍ୟ ଅଭ୍ୟାସରେ ବି ପରିବର୍ତ୍ତନ କରି ସ୍ବାସ୍ଥ୍ୟକର ଖାଦ୍ୟ ଖାଇଲି। ଖାଦ୍ୟରେ ଯେତେ ହୋଇପାରେ ସବୁଜ ପନିପରିବା ସାମିଲ କରିଥିଲି। ସୁସ୍ଥ ରହି ୧୦୦ବର୍ଷ ବଞ୍ଚିବାର ପ୍ରୟାସ ଜାରି ରଖିଛି। ଆଗକୁ ଭଗବାନଙ୍କ ଇଚ୍ଛା।’

ସମ୍ବନ୍ଧିତ ଖବର