ରାସ୍ତା ମଝିରେ ସିପିଆର୍‌ ସାହାଯ୍ୟ‌ରେ ଅଚେତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ମହିଳା ପୁଲିସ୍‌

ଭୋପାଳ: ପୁଲିସ୍‌ମାନେ ଲୋକଙ୍କ ସୁରକ୍ଷା ପାଇଁ ହିଁ ନିୟୋଜିତ ହୋଇଥାନ୍ତି। ଜଣେ ମହିଳା ପୁଲିସ ଏହି କଥାକୁ ପୁଣି ଥରେ ସତ ପ୍ରମାଣିତ କରିଛନ୍ତି। ଡ୍ୟୁଟିରେ ଥିବା ଜଣେ ମହିଳା ପୁଲିସ୍‌  ନିଜର କର୍ତ୍ତବ୍ୟ ପାଳନ କରି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ରାସ୍ତାରେ ଅଚେତ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ମହିଳା ପୁଲିସ୍‌ ଜଣକ ସିପିଆର୍‌ ସାହାଯ୍ୟରେ ନୂଆ ଜୀବନ ଦାନ କରିଛନ୍ତି।

ବ୍ୟକ୍ତି ଜଣକ ଗଲିୟର୍‌ ରାସ୍ତାରେ ଯାଉଥିବା‌ ବେଳେ ଅଚାନକ ଅଚେତ ହୋଇ ଯାଇଥିଲେ। ତାପରେ ମହିଳା ପୁଲିସ୍‌ ତାଙ୍କ ଛାତିକୁ ଚପେଇ ସିପିଆର୍‌ ସାହାଯ୍ୟରେ ତାଙ୍କ ଚେତା ଫେରାଇବାରେ ସମର୍ଥ ହୋଇଥିଲେ। ତାଙ୍କୁ ଏ ବିଷୟରେ ପଚରା ଯିବାରୁ ମହିଳା ପୁଲିସ୍‌ ଜଣକ କହିଛନ୍ତି ଯେ ପୁଲିସ୍‌ ପ୍ରଶିକ୍ଷଣ ସମୟରେ ତା‌ଙ୍କୁ ଏହି ଶିକ୍ଷା ମିଳିଥିଲା। ଯାହର ଉପଯୋଗ କରି ସେ ବ୍ୟକ୍ତିଙ୍କ ଚେତା ଫେରାଇ ପାରିଥିଲେ।

 

ରାସ୍ତାରେ ଅଚେତ ହୋଇ ପଡ଼ିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଅନୀଲ ଉପାଧ୍ୟାୟ। ସେ ଚେତା ଫେରି ପାଇବା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମହିଳା ପୁଲିସ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କ ପୁଅ ଜୀବନ ଫେରି ପାଇଥିବାରୁ ଅନୀଲଙ୍କ ପରିବାର ଲୋକ ମହିଳା ପୁଲିସ୍‌ଙ୍କୁ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି। ଏହି ମହିଳା ପୁଲିସଙ୍କ ନାମ ସୋନମ ପ୍ରସାର।

ସମ୍ବନ୍ଧିତ ଖବର