ମିଳିଲା ରହସ୍ୟମୟ ପଥର, ହୀରାଠାରୁ ବି ଅଧିକ ମୂଲ୍ୟବାନ

ନୂଆଦିଲ୍ଲୀ: ୨୦୧୫ ମସିହାରେ ମେଲବର୍ନ ନିକଟରେ ସୁନା ଖୋଜୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ରହସ୍ୟମୟ ପଥର ମିଳିଥିଲା। ଏହି ପଥରର ଆକାର ଯେତିକି ତାହାର ଓଜନ ତା’ଠାରୁ ଅଧିକ ଲାଗୁଥିଲା। ଏହି ରହସ୍ୟମୟ ପଥର ପାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଡେଭିଡ। ତେବେ ଏଭଳି ପଥର ପାଇବା ପରେ ଡେଭିଡଙ୍କୁ ସନ୍ଦେହ ହୋଇଥିଲା କି ଏହା ସାଧାରଣ ପଥର ନୁହେଁ।

ଏହି ପଥରକୁ ଭାଙ୍ଗିବା ପାଇଁ ଡେଭିଡ ବହୁତ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଧାରୁଆ ଅସ୍ତ୍ର, ଗ୍ରାଇଣ୍ଡର, ଡ୍ରିଲର ବି ପ୍ରୟୋଗ କରିଥିଲେ। ଏମିତି କି ପଥରକୁ ସ୍ପିରିଟରେ ବୁଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପଥର ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ଏହାପରେ ଡେଭିଡ ଏହାକୁ ମେଲବର୍ନ ମ୍ୟୁଜିୟମକୁ ନେଇ ଯାଇଥିଲେ।

ଅନେକ ବର୍ଷ ପରେ ଯାଞ୍ଚରୁ ଜଣାପଡ଼ିଲା କି ଯାହାକୁ ଏକ ସାଧାରଣ ପଥର ବୋଲି କୁହାଯାଉଥିଲା, ତାହା ଏକ ଉଲକାପିଣ୍ଡ। ଏହା ଅନ୍ୟ ଏକ ଦୁନିଆରୁ ଅଷ୍ଟ୍ରେଲିଆ ଚଟାଣରେ ପଡ଼ିଥିବା କୁହାଯାଉଛି। ଏହି ଉଲକାପିଣ୍ଡର କୌଣସି ମୂଲ୍ୟ ଲଗାଯାଇ ପାରିବ ନାହିଁ। କାରଣ ଏଥିରେ ଯେଉଁ ଧାତୁ ଅଛି ତାହା ପୃଥିବୀରେ ମିଳେ ନାହିଁ। ଆଉ ବହୁତ ମୂଲ୍ୟବାନ।

 

ଯାଞ୍ଚରୁ ଜଣାପଡ଼ିଛି କି ଏହା ୪୬୦ କୋଟି ବର୍ଷ ପୁରୁଣା ପଥର। ଏହାର ଓଜନ ୧୭କିଲୋଗ୍ରାମ ରହିଛି। ଏହାକୁ କାଟିବା ପାଇଁ ହୀରାର ସାହାଯ୍ୟ ନେବାକୁ ପଡ଼ିବ।

 

ସମ୍ବନ୍ଧିତ ଖବର