ଏଥର ଦୁର୍ଗା ପୂଜାରେ ହାଓଡ଼ାରେ ଦେଖିବାକୁ ମିଳିବ ୧୦୬ ବର୍ଷ ପୂର୍ବେ ଆଟଲାଣ୍ଟିକ୍‌ ମହାସାଗରରେ ବୁଡ଼ି ଯାଇଥିବା ଟାଇଟାନିକ୍‌ ଜାହାଜ

୧୦୬ ବର୍ଷ ପୂର୍ବେ ଆଟଲାଣ୍ଟିକ୍‌ ମହାସାଗରରେ ବୁଡ଼ି ଯାଇଥିବା ଟାଇଟାନିକ୍‌ ଜାହାଜକୁ ଚଳିତ ବର୍ଷ ହାଓଡ଼ାରେ ଦେଖିବାକୁ ମିଳିବ। ଟାଇଟାନିକ୍‌ ଜାହାଜ ସମୁଦ୍ରରେ ବୁଡ଼ିଯିବାର ଲୋମହର୍ଷଣକାରୀ ଦୃଶ୍ୟ ଯେଉଁମାନେ ସେହି ଚଳଚ୍ଚିତ୍ର ଦେଖିଥିଲେ ତାଙ୍କ ମନରୁ ହୁଏତ ଲିଭି ନଥିବ ଏଯାଏଁ। ସିନେମାଟି ବେଶ୍ ଲୋକପ୍ରିୟତା ସାଉଁଟିଥିଲା। ତେଣୁ ହାଓଡ଼ାର ଏକ ପୂଜା ପେଣ୍ଡାଲ ଏହାକୁ ଚଳିତ ବର୍ଷର ପୂଜା ଥିମ୍‌ ଭାବେ ନିର୍ବାଚନ କରିଛି। ରାମକୃ‌ଷ୍ଣ ସ୍ବାମୀଜୀ ସ୍ମୃତି ସଂଘ ପକ୍ଷରୁ ରାମକୃଷ୍ଣପୁର ଲଞ୍ଚ ଘାଟ ନିକଟରେ ନିର୍ମିତ ପୂଜା ପେଣ୍ଡାଲରେ ଏହି ଦୃଶ୍ୟ ନଜରକୁ ଆସିବ। ପୂଜା ପେଣ୍ଡାଲର ଶେଷ ସ୍ପର୍ଶ ଦେଉଛନ୍ତି ବିଶିଷ୍ଟ ଶିଳ୍ପୀ ପ୍ରତାପ ଗିରି। ପୂଜା କମିଟି ଅଧ୍ୟକ୍ଷ ସତ୍ୟବ୍ରତ ସାମନ୍ତ କହନ୍ତି, ମା ଦୁର୍ଗାଙ୍କ ମୂର୍ତ୍ତିର ହାତ ଅବିକଳ ସୁନା ପରି ଝଟକୁଛି। ମୂର୍ତ୍ତିର ଚେହେରା ଅତି ପୁରୁଣାକାଳିଆ। ହେଲେ ଦୂରରୁ ଦର୍ଶକ ଦେଖିବେ ଟାଇଟାନିକ୍‌ ଜାହାଜ ଛିଡ଼ା ହୋଇଛି। ଆପେଆପେ ଟାଣି ହୋଇ ଆସିବେ ପୂଜା ମଣ୍ଡପକୁ।

ସମ୍ବନ୍ଧିତ ଖବର