ଏହି ଦେଶ ପୁରୁଷଙ୍କ ପାଇଁ କେଉଁ ନର୍କଠାରୁ ବି କମ୍ ନୁହେଁ, ମଦ ପିଇବା ପାଇଁ ହେଲେ ଚାଟିବାକୁ ପଡେ ମହିଳାଙ୍କ ପାଦ !

ନୂଆଦିଲ୍ଲୀ : ସାଧାରଣରେ ଆପଣ ସମଗ୍ର ବିଶ୍ବରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିବା କଥା ଶୁଣିଥିବେ । ଆମ ଦେଶରେ ନାବାଳିକା ଠାରୁ ଆରମ୍ଭ କରି ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତେ ଅତ୍ୟାଚାରର ଶିକାର ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯାହାର ଚଳଣି ସଂପୂର୍ଣ୍ଣ ଭିନ୍ନ। ଏହି ଦେଶ ହେଉଛି ‘ଅଦର ୱାଲର୍ଡ କିଙ୍ଗଡମ୍’ ।
ଏହି ଦେଶରେ ମହିଳାମାନେ ଅତ୍ୟାଚାରର ଶିକାର ହୋଇନଥାନ୍ତି ଓଲଟି ପୁରୁଷମାନଙ୍କୁ ଅତ୍ୟାଚାର କରିଥାନ୍ତି। ସେଥିପାଇଁ ପୁରୁଷମାନେ ଏହି ଦେଶକୁ ନର୍କ ବୋଲି କହିଥାନ୍ତି । ଏହା ୧୯୯୬ରେ ଇୟୁରୋପୀୟ ରାଷ୍ଟ୍ର ଚେକ୍ ରିପବ୍ଲିକ୍ରୁ ଅଲଗା ହୋଇ ଏହି ରାଷ୍ଟ୍ର ଗଠିତ ହୋଇଥିଲେ ହେଁ ଅନ୍ୟ ରାଷ୍ଟ୍ରମାନେ ଏହାକୁ ଦେଶର ସୀକୃତି ଦେଇନାହାନ୍ତି ।
‘ଅଦର ୱାଲର୍ଡ କିଙ୍ଗଡମ୍’ ରେ ନାଇଟ୍ କ୍ଳବ ଓ ସୁଇମିଙ୍ଗପୁଲ୍ ମଧ୍ୟ ଅଛି କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ଦେଶର ମହିଳାମାନଙ୍କ ଅନୁମତି ନେବା ଆବଶ୍ୟକ । ଏହି ଦେଶରେ ରାଣୀଙ୍କ ଏକ ଛତ୍ରବାଦୀ ଶାସନ ଚାଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହି ଦେଶର ରାଣୀଙ୍କୁ ଅନ୍ୟ ଦେଶର ଲୋକ କେବେ ଦେଖିନାହାନ୍ତି । ଏଠାରେ ଅନ୍ୟ ଦେଶରୁ ଆସିଥିବା ପୁରୁଷମାନଙ୍କୁ ପ୍ରଥମେ ରାଣୀଙ୍କ ଚୌକି ହେବାକୁ ପଡ଼ିଥାଏ ଓ ଏଠାରେ ମାଲିକାଣୀଙ୍କ ବିନା ଅନୁମତିରେ ପୁରୁଷମାନେ ସୋଫାରେ ବସିପାରନ୍ତି ନାହିଁ । ଏତିକି ନୁହେଁ, ଯଦି କୌଣସି ପୁରୁଷ ମଦ ପିଇବାକୁ ଚାହେଁ ତାହେଲେ ପ୍ରଥମେ ମାଳିକାଣୀଙ୍କ ପାଦୁରୁ ମଦ ଚାଟିବାକୁ ପଡିଥାଏ ।
ଏହି ଦେଶର ନାଗରିକତ୍ବ ପାଇବା ପାଇଁ ତିନୋଟି ସର୍ତ ମାନିବାକୁ ପଡିଥାଏ। ପ୍ରଥମଟି ହେଲା ମହିଳାଙ୍କ ପାଖରେ ଅତିକମ୍ରେ ଜଣେ ପୁରୁଷ ଚାକର ଥିବା ଆବଶ୍ୟକ। ଦ୍ବିତୀୟଟି ହେଲା ଦେଶର ସବୁ ନିୟମ ମାନିବା ବାଧ୍ୟତାମୂଳକ ଅଟେ। ତୃତୀୟଟି ହେଲା ଏହି ଦେଶରେ ରହିବାକୁ ହେଲେ ମହିଳାଙ୍କୁ ଅତି କମ୍ରେ ୫ ଦିନ ରାଣୀଙ୍କ ବାସଭବନରେ ରହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର