ଓଡ଼ିଆ ଝିଅ ସୁସ୍ମିତା ସାହୁଙ୍କୁ ଶକ୍ତିଉତ୍ତୋଳନ ପାଇଁ ତାମିଲନାଡୁରେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ଝିଅ ସୁସ୍ମିତା ସାହୁ ତାମିଲନାଡୁରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତିର୍ଚି ଇଞ୍ଜିନୟରିଂ କଲେଜ ପରିସରେ ଅନୁଷ୍ଠିତ ଜୋନାଲ ୱେଟ୍‌ ଲିଫ୍ଟିଙ୍ଗ ପ୍ରତିଯୋଗିତାର ମହିଳା ବର୍ଗରେ ଅଂଶଗ୍ରହଣ କରି ସୁସ୍ମିତା ସ୍ୱର୍ଣ୍ଣପଦକ ହାସଲ କରିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଶକ୍ତିଉତ୍ତୋଳକ ସୁସ୍ମିତା ନିକଟରେ ସାଲେମ ଠାରେ ଅନୁଷ୍ଠିତ ତାମିଲନାଡୁ ରାଜ୍ୟ ସିନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କାଂସ୍ୟ ପଦକ ହାସଲ କରିଥିଲେ।

ଭୁବନେଶ୍ୱରର ଭରତପୁର ଗ୍ରାମରେ ୧୯୯୯ ମାର୍ଚ୍ଚ ୧୬ରେ ଜନ୍ମିତ ସୁସ୍ମିତା ହେଉଛନ୍ତି ସିଆରପିଏଫ୍‌ (ଚେନ୍ନାଇ)ରେ କାର୍ଯ୍ୟରତ ସୁକାନ୍ତ କୁମାର ସାହୁଙ୍କ ଝିଅ। ପିତାଙ୍କ ଚାକିରି ତାମିଲନାଡୁରେ ଥିବା କାରଣରୁ ସେଠାରେ ପିଲାଟି ଦିନରୁ ରହିଆସୁଛନ୍ତି। ଏମ୍‌.ଏସ୍‌.ସି କମ୍ପ୍ୟୁଟର ସାଇନ୍ସ (୩ୟ ବର୍ଷ)ରେ ଅଧ୍ୟୟନରତ ସୁସ୍ମିତା ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର