ଶୂନରୁ ଶହେ: ଇଂଜିନିୟର୍‌ରୁ ସଫଳ କୃଷି ଉଦ୍ୟୋଗୀ

ପ୍ରଜ୍ଞା ନିବେଦିତା ନାୟକ

୨୦୦୯ ମସିହାରେ ‌େବଙ୍ଗାଲୁରୁ ଲୁମିନ୍ସ ସଫ୍ଟୱେର୍‌ କମ୍ପାନିରେ ସଫ୍ଟୱେର୍‌ ଓ ହାର୍ଡୱେର୍‌ ଇଂଜିନିୟର ଭାବେ ଯୋଗ ଦେଇଥିଲେ ଅସିତ ରଂଜନ ଜେନା। କଟକ ଜିଲ୍ଲା କନ୍ଦରପୁର ନିକଟସ୍ଥ ଅଲାରପୁର ଗ୍ରାମର ବାସିନ୍ଦା ଅସିତ କରୋନା ସମୟରେ ଚାକିରି ଛାଡ଼ି କୃଷିଜାତ ସାମଗ୍ରୀ ବ୍ୟବସାୟରେ ମନୋନିବେଶ କଲେ। ଇଂଜିନିୟର୍‌ ‌ ଚାକିରି ନକରି ନିଜସ୍ବ ଉଦ୍ୟମରୁ ରୋଜଗାର କରିବାକୁ ଚାହୁଁଥିଲେ ସେ। ଶେଷରେ ଲକ୍ଷ୍ୟ ହାସଲ କରିଛନ୍ତି ଅସିତ। ଏବେ ସେ ଜଣେ ସଫଳ ବ୍ୟବସାୟୀ।

୨୦୨୧ରେ ଦୁଇ ଏକର ପରିମିତ ଜମିରେ ନିଜ ଉପାର୍ଜିତ ମାତ୍ର ୫୦ ହଜାର ଟଙ୍କାରୁ ଆରମ୍ଭ କଲେ ଫଳ ଓ ପନିପରିବା ଚାଷ। ଏବେ ତାଙ୍କ ଜମି‌େର ଫଳୁଛି ଭଳିକି ଭଳି ଆମ୍ବ, ପଣସ, କଦଳୀ, ଗୁଆ, ପିଜୁଳି, ଥାଇଲାଣ୍ଡ ପିଜୁଳି ଓ କୋଳି, ନାନା ରକମର ପନିପରିବା ଓ ବିଭିନ୍ନ ପ୍ରକାର ଗେଣ୍ଡୁଫୁଲ। ଖାଲି ସେତିକି ନୁହେଁ, ସେ ଗୋପାଳନ କ୍ଷେତ୍ରରେ ମଧ୍ୟ ମନ ବଳାଇଛନ୍ତି। ଏବେ ସେ ଗିର୍‌ଗାଈ ଫାର୍ମ ଆରମ୍ଭ କରିଛନ୍ତି। ଆଗକୁ ଗୋପାଳନ କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଯୋଜନା ରଖିଛନ୍ତି। ତେବେ ପନିପରିବା ଓ ଫଳ ଚାଷରୁ ଖର୍ଚ୍ଚବାର୍ଚ୍ଚ ପରେ ବାର୍ଷିକ ପ୍ରାୟ ୩ ଲକ୍ଷ ଟଙ୍କା ଲାଭ ହେଉଥିବା ବେଳେ ଗାଈ ଫାର୍ମରୁ ପ୍ରାୟ ଲକ୍ଷେ ଟଙ୍କା ଲାଭ ପାଇପାରୁଛନ୍ତି ସେ। କଲମି କରି ଚାରା ରୋପଣ କରାଯାଇ ତାଙ୍କ ଫାର୍ମରୁ ଚାରା ବିକ୍ରି କରାଯାଉଛି। ସେଥିରୁ ମଧ୍ୟ ବେଶ୍‌ ଦୁଇପଇସା ଲାଭ ପାଉଛନ୍ତି ଅସିତ। ସେ ଦୁଇ ଜଣ ଲୋକଙ୍କୁ ସଂପୂର୍ଣ୍ଣ ରୋଜଗାର ଦେଇଛନ୍ତି। ଏହାସହିତ ପ୍ରତିଦିନ ତାଙ୍କ ଫାର୍ମକୁ ପାଞ୍ଚରୁ ଦଶଜଣ ଲୋକ କାମ କରିବାକୁ ଆସନ୍ତି।

‌େତବେ ପିଜୁଳି ଚାଷ ପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗରୁ ୫୪ ହଜାର ଟଙ୍କା ସହାୟତା ରାଶି ମିଳିଛି ତାଙ୍କୁ। ଚାଷ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ତଥା ନୂତନ ଚାଷ ପ୍ରଣାଳୀ ଅବଲମ୍ବନ ପାଇଁ ସେ ଚେଷ୍ଟା କରୁଛନ୍ତି। ସେଥିପାଇଁ ସରକାରଙ୍କ ଠାରୁ ଆଗକୁ ସହାୟତା ରାଶି ପାଇବାର ଅାଶା ରଖିଛନ୍ତି ସେ। ଦୃଢ଼ ମନୋବଳ ଥିଲେ ସବୁକିଛି ସମ୍ଭବ ବୋଲି କହନ୍ତି ଅସିତ। ଇଂଜିନୟର୍‌ରୁ ସଫଳ ଚାଷୀ ଉଦ୍ୟୋଗୀ ହୋଇପାରିଥିବା ଅସିତ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ନିଶ୍ଚିତ।

ସମ୍ବନ୍ଧିତ ଖବର