ସଫଳତା ନିଜର ପରିଶ୍ରମ ଉପରେ ନିର୍ଭର କରେ: ପ୍ରମୋଦ

ନୂଆଦିଲ୍ଲୀ: ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ଚଳିତ ମାସ ୫ ତାରିଖରେ ବର୍ଷର ଶ୍ରେଷ୍ଠ ପୁରୁଷ ପାରା-ଆଥ୍‌ଲେଟ୍‌ ଭାବେ ଟାଇମ୍ସ ଅଫ୍‌ ଇଣ୍ଡିଆ ‌କ୍ରୀଡ଼ା ପୁରସ୍କାର ପାଇଥିଲେ। ୨୦୧୯ ପାରା ବ୍ୟାଡ୍‌ମିଣ୍ଟନ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌ସରେ ପ୍ରମୋଦ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବାରୁ ତାଙ୍କୁ ଏହି ପୁରସ୍କାର ଦେବା ଲାଗି ଟାଇମ୍ସ ଅଫ୍‌ ଇଣ୍ଡିଆ ଚୟନ କରିଥିଲା।

ଏହି ପୁରସ୍କାର ପାଇବା ପରେ ସେ ଯୁବପ୍ରତିଭାଙ୍କୁ ନିଜ ସଫଳତାର ରହସ୍ୟ କହିଥିଲେ। ମୁଁ ଏହି ପୁରସ୍କାର ଉତ୍ସବରେ ଭାରତର ବହୁ କ୍ରୀଡ଼ା କିଂବଦନ୍ତିଙ୍କୁ ଭେଟିଥିଲି। ଯାହା ମୋତେ ବହୁତ ଖୁସି ଦେଇଥିଲା। ମୋ ନାଁ ଏହି ପୁରସ୍କାର ପାଇଁ ଚୟନ କରିଥିବାରୁ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଧନ୍ୟବାଦ। ଯୁବ ପ୍ରତିଭାଙ୍କୁ ମୋର ବାର୍ତ୍ତା ହେଉଛି। ସର୍ବଦା କଠିନ ପରିଶ୍ରମ କର, ତୁମ ସଫଳତା ତା’ ଉପରେ ହିଁ ନିର୍ଭର କରେ। ଯେତେ ଅଧିକ କଠିନ ପରିଶ୍ରମ କରିବ, ସେତେ ଅଧିକ ସଫଳତା ନିଶ୍ଚିତ ପାଇବ ବୋଲି ୩୧ ବର୍ଷୀୟ ଅର୍ଜୁନ ପୁରସ୍କାରପ୍ରାପ୍ତ ତଥା ୨୦୦୬ରୁ ବ୍ୟାଡ୍‌ମିଣ୍ଟନ୍‌କୁ ପେସା କରିଥିବା ପ୍ରମୋଦ କହିଥିଲେ।

ସମ୍ବନ୍ଧିତ ଖବର