୪ର୍ଥ ଟେଷ୍ଟ : ରୋହିତଙ୍କ ଶତକ, ପୂଜାରାଙ୍କ ଅର୍ଦ୍ଧଶତକ ; ଇଂଲଣ୍ଡକୁ ଭାରତର ଲଢୁଆ ଜବାବ

ଲଣ୍ଡନ :  ରୋହିତ ଶର୍ମାଙ୍କ ଲଢୁଆ ଶତକ ଫଳରେ ଓଭାଲ ଟେଷ୍ଟରେ ପୁଣି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଛି ଭାରତ । ସର୍ବଶେଷ ସୂଚନା ମୁତାବକ ଭାରତ ଗୋଟିଏ ଓ୍ବିକେଟ ହରାଇ ୨୦୬ ରନ କରିଛି ।

ଆଜି ଭାରତ ନିଜର ଗତକାଲିର ସ୍କୋର ୪୩ ରନରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଭାରତର ଦୁଇ ଓପନର ରୋହିତ ଓ କେଏଲ ରାହୁଲ ସତର୍କତାର ସହ ଖେଳିବା ଆରମ୍ଭ କରିଥିଲେ । ତେବେ ରାହୁଲ ୪୬ ରନ କରି ଆଣ୍ଡରସନଙ୍କ ବଲରେ ଆଉଟ ହେବା ପରେ ଚେତେଶ୍ବର ପୂଜାରା ରୋହିତଙ୍କୁ ଉପଯୁକ୍ତ ସହଯୋଗ ଦେଇଥିଲେ । ରୋହିତ ୧୨ଟି ଚୌକା ଓ ଗୋଟିଏ ଛକା ସହ ନିଜର ଶତକ ପୂରଣ କରିଥିଲେ । ଚେତେଶ୍ବର ମଧ୍ୟ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି । ଭାରତ ଏବେ ଗୋଟିଏ ଓ୍ବିକେଟ ହରାଇ ୨୦୬ ରନ କରିବା ସହ ଇଂଲଣ୍ଡ ଠାରୁ ୧୦୭ ରନରେ ଆଗୁଆ ଅଛି ।

ପ୍ରଥମ ଇନିଂସରେ ଭାରତକୁ ୧୯୧ ରନରେ ଅଲଆଉଟ କରିବା ପରେ ଇଂଲଣ୍ଡ ଦଳ ନିଜର ପ୍ରଥମ ଇନିଂସରେ ୨୯୦ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ପ୍ରଥମ ଇନିଂସରେ ଇଂଲଣ୍ଡ ୯୯ ରନରେ ଆଗୁଆ ରହିଥିଲା ।

ସମ୍ବନ୍ଧିତ ଖବର