ସେମିରେ କେନ୍ଦ୍ରାପଡ଼ା-ଅନୁଗୁଳ,ଖୋର୍ଧା-ସମ୍ବଲପୁର

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ୍‌ର ସେମିଫାଇନାଲ୍‌ ଦଳ ଚୂଡ଼ାନ୍ତ ହୋଇଛି। ଏହି ୮ ଦଳୀୟ ପ୍ରତିଯୋଗିତାର ସେମିଫାଇନାଲରେ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, ଅନୁଗୁଳ ଏସର୍ସ, ସମ୍ବଲପୁର ସୁଟର୍ସ ଓ ଖୋର୍ଧା ଓ୍ଵାରିୟର୍ସ ପ୍ରବେଶ କରିଛନ୍ତି। ଅନ୍ୟ ୪ ଦଳ ବିଦାୟ ନେଇଛନ୍ତି। ସଂପ୍ରତି ସମ୍ବଲପୁର ଦଳ ସର୍ବାଧିକ ୮୭ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ୮୪ ପଏଣ୍ଟ ସହ କେନ୍ଦ୍ରାପଡ଼ା ଦ୍ୱିତୀୟ, ଖୋର୍ଧ ତୃତୀୟ (୮୦) ଓ ଅନଗୁଳ ଏସର୍ସ (୭୯) ଚତୁର୍ଥ ସ୍ଥାନରେ ରହିଛି। ବୁଧବାର ଖେଳା ଯିବାକୁ ଥିବା ସେମିଫାଇନାଲରେ କେନ୍ଦ୍ରାପଡ଼ାକୁ ଅନୁଗୁଳ ଏବଂ ସମ୍ବଲପୁରକୁ ଖୋର୍ଧା ଭେଟିବ। ପ୍ରଥମ ମୁକାବିଲା କୋର୍ଟ ନମ୍ବର ୧ ଏବଂ ଦ୍ୱିତୀୟ କୋର୍ଟ ନମ୍ବର ୪ରେ ଖେଳାଯିବ।

ସମ୍ବନ୍ଧିତ ଖବର