ପୁରୁଷ ହକି ପ୍ରୋଲିଗ୍‌: ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସର ଚମତ୍କାର ବିଜୟ

ରାଉରକେଲା: ପୁରୁଷ ହକି ପ୍ରୋଲିଗ୍‌ରେ ଗୁରୁବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ୍ ଖେଳାଯାଇଛି। ଏଥିରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ୍ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ ୪-୧ ଗୋଲରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ବ୍ଲାକ୍ ଗୋଭର୍ସ ଦୁଇଟି(୩୩ ଓ ୫୨) ଗୋଲ୍ ଦେଇଥିବାବେଳେ ନାଥନ ଏଫ୍ରମ୍ସ(୪୦) ଓ ଜ୍ୟାକ୍ ୱେଲଚ୍(୫୬) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଆୟର୍ଲାଣ୍ଡ୍ ପକ୍ଷରୁ ସେନ୍ ଓଡ୍ହ୍ୟୁ(୪୪) ଏକମାତ୍ର ଗୋଲ୍ଦେଇ ବ୍ୟବଧାନ ହ୍ରାସ କରିଥିଲେ।

ତେବେ ନେଦରଲାଣ୍ଡ୍ସ ଓ ସ୍ପେନ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ସ୍ପେନ ପ୍ରଥମ ଗୋଲ୍ ଦେଇ ୧-୦ ଗୋଲ୍ରେ ଆଗୁଆ ହୋଇଥିଲା। ଏହାପରେ କିନ୍ତୁ ପଛରେ ପଡ଼ିଯାଇଥିବା ନେଦରଲାଣ୍ଡ୍ ଆକ୍ରମଣକୁ ବ୍ୟାପକ କରି ଗୋଟିଏପରେ ଗୋଟିଏ ଗୋଲ୍ (୧୧,୨୨,୩୧,୩୪) ଦେଇ ସ୍କୋର୍ ୪-୧କୁ ନେଇଥିଲା। ମ୍ୟାଚ୍ ପ୍ରାୟ ଏକତରଫା ହେଉଥିବାବେଳେ ସ୍ପେନ୍ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତ୍ତନକରି ଲାଗ୍ ଲାଗ୍ ଦୁଇଟି ଗୋଲ୍(୫୧ ଓ ୫୪) ଦେଇଥିଲା। ଶେଷ ମୂହୁର୍ତ୍ତରେ ସ୍ପେନ ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍ କରିବାରେ ସଫଳ ନ ହେବାରୁ ୩-୪ ଗୋଲରେ ପରାସ୍ତ ହୋଇଛି।

ସମ୍ବନ୍ଧିତ ଖବର