ଅଷ୍ଟ୍ରେଲିଆ ୧୦ ଓ୍ଵିକେଟ୍‌ରେ ଜିତିଲା

ବ୍ରିସ୍‌ବେନ୍‌,: ପ୍ରଥମ ଆସେସ୍‌ ଟେଷ୍ଟ୍‍କୁ ଅଷ୍ଟ୍ରେଲିଆ ୧୦ ଓ୍ଵିକେଟ୍‌ରେ ଜିତି ନେଇଛି। ୧୭୦ ରନ୍‌ର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ବିନା କ୍ଷତିରେ ହାସଲ କରି ନେଇଛି। ପ୍ରାରମ୍ଭିକ ଯୋଡ଼ି କାମେରନ୍‌ ବନ୍‌କ୍ରଫ୍ଟ (୮୨*, ୧୮୨ ବଲ୍‌, ୧୦ ଚୌକା, ୧ ଛକା) ଏବଂ ଡେଭିଡ୍‌ ଓ୍ଵାର୍ନର (୮୭*, ୧୧୯ ବଲ୍‌, ୧୦ ଚୌକା)ଙ୍କ ଅତୁଟ ଭାଗୀଦାରି ଏହି ବିଜୟ ଦେଇଛି। ପଦାର୍ପଣରେ ଅପରାଜିତ ରହି ବନ୍‌କ୍ରଫ୍ଟ ଦଳକୁ ବିଜୟୀ କରାଇବାର ବିରଳ କୃତିତ୍ୱ ପାଇଛନ୍ତି। ସୋମବାର ପଞ୍ଚମ ଦିନ ସକାଳେ ଅଷ୍ଟ୍ରେଲିଆ ମାତ୍ର ଘଣ୍ଟାଏରୁ ଊର୍ଧ୍ୱ ଖେଳି ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ପ୍ରଥମ ପାଳିରେ ମାତ୍ର ୨୬ ରନ୍‌ର ବ୍ୟବଧାନ ଥିଲେ ମଧ୍ୟ ଇଂଲଣ୍ଡ ଏହାକୁ ୧୦ ଓ୍ଵିକେଟ୍‌ରେ ହାରିବା ଭ୍ରମଣକାରୀ ଦଳକୁ ଚିନ୍ତାରେ ପକାଇଛି। ପ୍ରଥମ ପାଳିରେ ଦାୟିତ୍ୱପୂର୍ଣ୍ଣ ଶତକ ଜମାଇଥିବା ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୧୪୧*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ୫ ମ୍ୟାଚ୍‌ ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ୍‍ ଡିସେମ୍ବର ୨ରୁ ଆଡିଲେଡ୍‌ରେ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୦୨ (ଭିନ୍‌ସ-୮୩, ଷ୍ଟାର୍କ-୩/୭୭, କମିନ୍‌ସ-୩/୮୫)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୨୮ (ଷ୍ଟିଭେନ୍‌ ସ୍ମିଥ୍‌-୧୪୧*, ଷ୍ଟୁଆର୍ଟ ବ୍ରଡ୍‌-୩/୪୯)। ଇଂଲଣ୍ଡ ଦ୍ୱିତୀୟ ପାଳି: ୧୯୫ (ଜୋ ରୁଟ୍‌-୫୧, ହାଜେଲ୍‌ଉଡ୍‌-୩/୪୬, ଷ୍ଟାର୍କ-୩/୫୧, ଲିଅନ୍‌-୩/୬୭)। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୫୦ ଓଭରରେ ୧୭୩/୦ (କାମେରନ୍‌ ବନ୍‌କ୍ରଫ୍ଟ-୮୨*, ଡେଭିଡ୍‌ ଓ୍ଵାର୍ନର-୮୭*)।

ସମ୍ବନ୍ଧିତ ଖବର