ସିବିଏସ୍‌ଇ ସନ୍ତରଣ, ପ୍ରତ୍ୟାଶାଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ

ଭୁବନେଶ୍ବର: ଭୋପାଳରେ ଚାଲିଥିବା ସିବିଏସ୍‌ଇ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ରତ୍ୟାଶା ରାୟ ଲଗାତାର ଦ୍ବିତୀୟ ଦିବସରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବୁଧବାର ପ୍ରତ୍ୟାଶା ୫୦ ମିଟର ବଟ୍ଟରଫ୍ଲାଏରେ ୩୧.୨୮ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ପାଇଥିଲେ। ଗୁରୁବାର ୫୦ ମିଟର୍ ବ୍ୟା‌କ୍‌ଷ୍ଟ୍ରୋକ୍‌ରେ ୩୧.୯୦ ସେକେଣ୍ଡ୍ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ଜାତୀୟ କନିଷ୍ଠ ବର୍ଗରେ ପଦକ ଜିତିବା ସହିତ ଅନ୍ତର୍ଜାତୀୟ ଅଭିଜ୍ଞ ପ୍ରତ୍ୟାଶା ଏଥି ସହ ସିବିଏସ୍‌ଇ ସନ୍ତରଣରେ ନିଜ ବର୍ଗରେ ପ୍ରାଧାନ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର