ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଫୁଟ୍‌ବଲ୍‌, ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଅମୀମାଂସିତ

ଦୁସନବେ (ତାଜିକିସ୍ତାନ): ଭାରତର ଫିଫା ବିଶ୍ବକପ୍ ଯୋଗ୍ୟତା ଅର୍ଜନ ସ୍ବପ୍ନ ଧି‌ରେ ଧିରେ ମଉଳିବାରେ ଲାଗିଛି। ଗୁରୁବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ୧-୧ ଗୋଲ୍‌ରେ ଅମୀମାଂସିତ ରଖିବା ପରେ ଗ୍ରୁପ୍-ଇରେ ଭାରତ ବିଜୟ ଶୂନ୍ୟ ଭାବେ ଚତୁର୍ଥ ସ୍ଥାନରେ ଅଛି। ଚାରିଟି ମୁକାବିଲାରୁ ଭାରତ ଏବେ ମାତ୍ର ୨ ପଏଣ୍ଟ୍‌ ଅର୍ଜନ କରିଛି। ଫଳରେ ପରବର୍ତୀ ପର୍ଯ୍ୟାୟକୁ ଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଜି ଆଫଗାନିସ୍ତାନ ପ୍ରଥମାମର୍ଧର ଷ୍ଟପେଜ୍ ଟାଇମରେ ଜେଲଫି ନାର୍ଜାରୀ (୪୫+୧ ମିନିଟ୍)ଙ୍କ ଗୋଲ୍ ବଳରେ ମ୍ୟାଚ୍‌ର ଅନ୍ତିମ ମିନିଟ୍ ପର୍ଯ୍ୟନ୍ତ ଆଗୁଆ ରହିଥିଲା। ତେବେ ଷ୍ଟପେଜ୍ ଟାଇମରେ ଲେନ୍ ଡଙ୍ଗେଲ (୯୦+୩ ମିନିଟ୍)ଙ୍କ ଗୋଲ୍ ବଳରେ ଭାରତ ପରାଜୟକୁ ଟାଳି ପାରିଥିଲା। ଭାରତ ତା’ ପ୍ରଥମ ମ୍ୟାଚ୍‌ରେ ଓମାନଠାରୁ ୧-୨ ଗୋଲ୍‌ରେ ହାରିଥିଲା। ଏହା ପରେ କାତାର ବିପକ୍ଷ ଲଢ଼େଇକୁ ୦-୦ ଗୋଲ୍‌ରେ ଅମୀମାଂସିତ ରଖିଥିଲା। ସେହିଭଳି ତୃତୀୟ ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ନିମ୍ନ ମାନ୍ୟତାପ୍ରାପ୍ତ ବାଂଲା‌ଦେଶ ସହ ପଏଣ୍ଟ୍‌ ବାଣ୍ଟିବା ପରେ ଚତୁର୍ଥ ମ୍ୟାଚ୍‌କୁ ବି ଅମୀମାଂସିତ ରଖିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ୪ ପଏଣ୍ଟ୍‌ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ଅଛି।

ସମ୍ବନ୍ଧିତ ଖବର