ଭାରତ-ଦକ୍ଷିଣ ଆଫ୍ରିକା ବିଶ୍ୱକପ ମୁକାବିଲା : ଆରମ୍ଭରୁ ବୁମରାଙ୍କ ଘାତକ ବୋଲିଂ, ଦକ୍ଷିଣ-ଆଫ୍ରିକାର ୨ଟି ଓ୍ଵିକେଟ ଖସାଇଲେ

ସାଉଥହମ୍ପଟନ : ସ୍ଥାନୀୟ ରୋଜବାଉଲ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ବୋଲିଂ ସଫଳତା ମିଳିଛି । ମ୍ୟାଚର ୪ର୍ଥ ଓଭରରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦକ୍ଷିଣ-ଆଫ୍ରିକାର ଓପନର ହାସିମ ଆମଲାଙ୍କ ଓ୍ଵିକେଟ ନେଇଛନ୍ତି । ବୁମରାଙ୍କ ଏକ ବଲକୁ ଖେଳିବାକୁ ଯାଇ ଆମଲା ସ୍ଲିପରେ ଥିବା ରୋହିତ ଶର୍ମାଙ୍କ ହାତରେ ଧରାପଡିଥିଲେ । ସେ ମାତ୍ର ୬ ରନ କରିଥିଲେ । ସେହିପରି କ୍ୱିଣ୍ଟନ ଡିକକ ମାତ୍ର ୧୦ ରନ କରିଥିବାବେଳେ ବୁମରାଙ୍କ ବୋଲିଂରେ କୋହଲିଙ୍କ ହାତରେ ଧରା ପଡିଥିଲେ ।

ଏହି  ଖବର ଲେଖାଯିବା ପର୍ଯ୍ୟନ୍ତ ଦକ୍ଷିଣ-ଆଫ୍ରିକା ୯ ଓଭର ଶେଷ ସୁଦ୍ଧା ୩୨ ରନ ସଂଗ୍ରହ କରିଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡ୍ୟୁପିଲେସିସ ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜିର ମ୍ୟାଚ ହେଉଛି ଚଳିତ ବିଶ୍ୱକପରେ ଭାରତର ପ୍ରଥମ ମ୍ୟାଚ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ ଖେଳି ପରାଜୟ ବରଣ କରି ସଂକଟରେ ପଡିଯାଇଛି । ଏଣୁ ଏହି ମ୍ୟାଚ ଜିତିବା ପାଇଁ ଏହି ଦଳ ନିଜର ସବୁପ୍ରକାରର ଶକ୍ତି ଖଟାଇଦେଇଛି ।

ସମ୍ବନ୍ଧିତ ଖବର