ୱାଗନର୍‌ଙ୍କ ସ୍ଥାନରେ ହେନ୍‌ରି

ୱେଲିଂଟନ୍‌ : ପ୍ରାୟ ଗୋଟିଏ ବର୍ଷ ପରେ ନ୍ୟୁଜିଲାଣ୍ଡ ଦଳରେ ମ୍ୟାଟ୍‌ ହେନ୍‌ରିଙ୍କୁ ସ୍ଥାନ ମିଳିଛି। ରବିବାରଠୁ ଖ୍ରୀଷ୍ଟଚର୍ଚ୍ଚରେ ଆରମ୍ଭ ହେବାକୁଥିବା ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଲାଗି ସେ ଆହତ ଦ୍ରୁତ ବୋଲର ନିଲ୍‌ ୱାଗନରଙ୍କ ସ୍ଥାନରେ ସାମିଲ ହୋଇଛନ୍ତି। ପାକିସ୍ତା‌ନ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୱାଗନରଙ୍କ ଡାହାଣ ପାଦର ଦୁଇଟି ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଏହା ସତ୍ତ୍ବେ ସେ କଷ୍ଟ ବିନାଶକାରୀ ଇଂଜେକ୍‌ସନ୍‌ ନେଇ ମ୍ୟାଚ୍‌ ଖେଳିଥିଲେ। ଏଥିରୁ ମୁକୁଳିବା ଲାଗି ଅଧିକ ସମୟ ଆବଶ୍ୟକ ଥିବାରୁ ସେ ଦଳରୁ ବାଦ୍‌ ପଡ଼ିଥିଲେ।

ନ୍ୟୁଜିଲାଣ୍ଡ ଦଳ: କେନ ୱିଲିୟମସନ୍‌ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ୍‌ ହେନ୍‌ରି, କ‌ାଇଲ ଜାମିସନ, ଟମ ଲାଥାମ, ଡାର୍ଲି ମିଚେଲ, ହେନ୍‌ରି ନିକୋଲସ, ମିଚେଲ ସାଣ୍ଟନର, ଟିମ୍‌ ସାଉଦି, ରସ୍‌ ଟେଲର, ବିଜେ ୱାଟଲିଙ୍ଗ, ୱିଲ ୟଙ୍ଗ।

ସମ୍ବନ୍ଧିତ ଖବର