ଓଡ଼ିଶା ହକି ବିଶ୍ୱ ଲିଗ ଫାଇନାଲ: ଭାରତ ୨-୩ରେ ଇଂଲଣ୍ଡ ଠାରୁ ପରାସ୍ତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶନିବାର ଖେଳା ଯାଇଥିବା ମ୍ୟାଚରେ ଭାରତ ପରାସ୍ତ ହୋଇଛି। ଭାରତ ୨-୩ ଗୋଲରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି। ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗର ୬ଷ୍ଠ ମ୍ୟାଚରେ ଭାରତ ପକ୍ଷରୁ ୪୭ମିନିଟରେ ଅକ୍ଷରଦୀପ ସିଂହ(ଜର୍ସି ୨୭) ଓ ୫୦ ମିନିଟରେ ରୂପିନ୍ଦର ପାଲ ସିଂହ(ଜର୍ସି ୩) ଗୋଲ ଦେଇଥିଲେ। ପୂର୍ବରୁ ଇଂଲଣ୍ଡ ପକ୍ଷରୁ ୨୫ ମିନିଟରେ ଡେଭିଡ଼ ଗୁଡ଼ଫିଲ୍ଡ(ଜର୍ସି ୧୯) ଓ ୪୩ ମିନିଟରେ ସାମ ଓ୍ଵାର୍ଡ (ଜସି ୧୩) ଗୋଲ ଦେଇଥିଲେ। ସେହିଭଳି ୫୭ ମିନିଟରେ ସାମ ଓ୍ଵାର୍ଡ ଭାରତ ବିରୋଧରେ ଆଉ ଏକ ଗୋଲ ଦେଇଥିଲେ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ମ୍ୟାଚ ୧-୧ରେ ଡ୍ର ହୋଇଥିଲା। ଶୁକ୍ରବାର ଭଳି ଶନିବାର ମଧ୍ୟ ଭାରତ-ଇଂଲଣ୍ଡ ମ୍ୟାଚ ରୋମାଞ୍ଚକର ଥିଲା।

ପୁଲ-ଏର ମ୍ୟାଚରେ ଦ୍ୱିତୀୟ ଦିନ ଶନିବାର ବେଲଜିୟମ ୩-୨ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିବା ବେଳେ ସ୍ପେନ ମଧ୍ୟ ୩-୨ରେ ନେଦରଲାଣ୍ଡକୁ ପରାସ୍ତ କରିଛି। ପୁଲ-ବିର ୩ୟ ମ୍ୟାଚ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହା ୨-୨ ଗୋଲରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର