ଭାରତ-ଇଂଲଣ୍ଡ ଦୀର୍ଘମିଆଦି ଖେଳସୂଚୀ ଚୂଡ଼ାନ୍ତ

ନୂଆଦିଲ୍ଲୀ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦୀର୍ଘମିଆଦି ଟେଷ୍ଟ ଖେଳସୂଚୀ ଚୂଡ଼ାନ୍ତ ହୋଇଛି। ୨୦୨୫ରୁ ୨୦୩୧ ମଧ୍ୟରେ ୭ ବର୍ଷିଆ ବଳୟରେ ଉଭୟ ପୁରୁଷ ଓ ମହିଳା ଦଳର ଖେଳସୂଚୀ ପ୍ରସ୍ତୁତ ହୋଇଛି। ଏହି ନିର୍ଧାରିତ ସମୟ ପୂର୍ବରୁ ଅବଶ୍ୟ ୨୦୨୪ ଜାନୁଆରିରେ ଇଂଲଣ୍ଡ ଦଳ ଭାରତ ଆସି ଆଣ୍ଟୋନି ‌ଡି’ ମେଲୋ ଟ୍ରଫି ପାଇଁ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଅଷ୍ଟ୍ରେଲିଆକୁ ଛାଡ଼ିଦେଲେ ଭାରତ ହେଉଛି ଏକମାତ୍ର ଦେଶ ଯାହା ସହ ଇଂଲଣ୍ଡ ୫ ମ୍ୟାଚ୍‌ ଶୃଙ୍ଖଳା ଖେଳୁଛି। ଏହାକୁ ଘରେ-ବାହାରେ ନୀତିରେ ଖେଳାଯାଉଛି।

୨୦୧୪ରୁ ଭାରତ ଓ ଇଂଲଣ୍ଡ ୫ ମ୍ୟାଚ୍‌ ଶୃଙ୍ଖଳା ଖେଳି ଆସୁଛନ୍ତି। ୨୦୨୫ରୁ ୨୦୩୧ ମଧ୍ୟରେ ପ୍ରଥମେ ଭାରତ ୨୦୨୫ରେ ଇଂଲଣ୍ଡ ଗସ୍ତ କରି ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳିବ, ଯାହାକି ପଟୌଦୀ ଟ୍ରଫି ନାମରେ ନାମିତ ରହିଛି। ଏହି ଶୃଙ୍ଖଳା‌ର ଟେଷ୍ଟ୍ ଗୁଡିକ ଦ ଲର୍ଡସ,‌ ଦ ଓଭାଲ୍‌, ଏଜବାଷ୍ଟନ୍‌, ହେଡିଙ୍ଗଲେ, ଓଲ୍ଡ ଟ୍ରାଫୋର୍ଡରେ ଖେଳାଯିବ। କ୍ରିକେଟ୍‌ ଦୃଷ୍ଟିକୋଣରୁ ଏହି ୫ ପଡ଼ିଆ ଐତିହାସିକ ଗୁରୁତ୍ବ ଓ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ରଖିଛି। ୨୦୨୯ ଶୃଙ୍ଖଳାରେ କିନ୍ତୁ ହେଡିଙ୍ଗଲେ ବଦଳରେ ରୋଜ ବାଉଲ୍ (ସାଉଥାମ୍ପଟନ୍‌) ସାମିଲ ‌ହୋଇଯିବ। ରୋଜ ବାଉଲ୍‌ରେ ଭାରତ ୨ ବର୍ଷ ତଳେ ନ୍ୟୁଜିଲାଣ୍ଡଠାରୁ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ହାରିଥିଲା। ଅନ୍ୟ ୪ ଭେନ୍ୟୁ ଅପରିବର୍ତିତ ରହିବ।

ସମ୍ବନ୍ଧିତ ଖବର