‘ଲଭ୍ ଜିହାଦ ମହାପଞ୍ଚାୟତ’ ବିରୋଧୀ ଆବେଦନକୁ ଗ୍ରହଣ କଲେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ହିନ୍ଦୁ ସଂଗଠନଗୁଡ଼ିକ ପକ୍ଷରୁ ‘ଲଭ୍‌ ଜିହାଦ ମହାପଞ୍ଚାୟତ’କୁ ରୋକିବା ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ବୁଧବାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ପ୍ରଭାବିତ ପୁରୋଲା ଟାଉନ ପ୍ରଶାସନ ପକ୍ଷରୁ ଜୁନ୍ ୧୫ରେ ଆହୁତ ଲଭ୍ ଜିହାଦ-ବିରୋଧୀ ମହାପଞ୍ଚାୟତକୁ ସ୍ଥଗିତ ରଖିବା ପାଇଁ ସଂଗଠକମାନଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ସେମାନେ ଏହି ଅନୁରୋଧକୁ ଗ୍ରହଣ କରିନାହାନ୍ତି। ତେବେ ସୁପ୍ରିମ୍‌କୋର୍ଟର ଅବକାଶ ବେଞ୍ଚ ଏ ବାବଦରେ ହାଇକୋର୍ଟ ଯିବା ପାଇଁ ପିଟିସନରମାନଙ୍କୁ ପରାମର୍ଶ ଦେଇଛନ୍ତି। ଜଣେ ହିନ୍ଦୁ ନାବାଳିକ ଝିଅ ସହ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଗତମାସରେ ଫେରାର ହୋଇଯିବାକୁ ଉଦ୍ୟମ କରି ବିଫଳ ହେବା ପରଠାରୁ ଏହାକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ଲାଗିରହିଛି। ମେ ୨୬ ତାରିଖରୁ ପୁରୋଲାରେ ମୁସଲମାନଙ୍କ ୪୨ଟି ଦୋକାନ ବନ୍ଦ କରିଦିଆଯାଇଛି। ଜୁନ୍ ୧୫ ସୁଦ୍ଧା ମୁସଲମାନଙ୍କୁ ଦୋକାନ ବନ୍ଦ କରି ରାଜ୍ୟ ଛାଡ଼ି ପଳାଇବାକୁ ଧମକ ଦେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି।

ସମ୍ବନ୍ଧିତ ଖବର